ହେଡଲାଇନସ୍:

ମହାସମାରୋହରେ ପାଳିତ ହେଲା ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ ;- ଆଜି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ , ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳର ସାଲେପାଲି ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳୁ ବିଜୁ ଯୁବ ଜନତା ଦଳ ପାଇକମାଳର ସଭାପତି ଗୌତମ ସିଂ ଙ୍କ ନେତୃତ୍ୱରେ ଏକ ସାଇକେଲ ରାଲି ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳାରୁ ବାହାରି ପାଇକମାଳ ପରିକ୍ରମା କରିବା ପରେ ସଭା ସ୍ଥଳକୁ ପହଞ୍ଚିଥିଲା । ଏହି ସାଇକେଲ ରାଲିରେ ପାଇକମାଳ ଏବଂ ଆଖପାଖ ଅଂଚଳର ପ୍ରାୟ ଦୁଇ ଶହ ସାଇକେଲ ଆରୋହୀ , ପାଇକମାଳ ବ୍ଲକ ଅଧ୍ୟକ୍ଷା ଭାବନା ସିଂ ଙ୍କ ନେତୃତ୍ୱରେ ସାମିଲ ହୋଇଥିଲେ ।
ଏହା ପରେ ସାଲେପାଲି ଠାରେ ଆୟୋଜିତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା , ଯୁବ ନେତା ଭୋଜରାଜ ସିଂ ବରିହା ,ପାଇକମାଳ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଲିପ୍ସା ପ୍ରଧାନ,ପଦ୍ମପୁର ଏନଏସି ଅଧ୍ୟକ୍ଷା ସବାତ୍ରି ବାଗ , ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରଂଜିତ ସିଂ ବରିହା, ବରିଷ୍ଠ ନେତା ଗୋବିନ୍ଦ ପାଣିଗ୍ରାହୀ ଓ ଅନେକ ବରିଷ୍ଠ ଓ ଯୁବ ନେତା ଗଣ ଦଳୀୟ କର୍ମୀ ମାନଙ୍କୁ ସମ୍ବୋଧନ କରିଥିଲେ । ନିଜ ଅଭିଭାଷଣରେ , ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ୍ କରିବା ସହିତ ତୃଣମୂଳ ସ୍ତରର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିପରି ପହଞ୍ଚି ପାରିବ ସେଥି ପ୍ରତି ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ କହିଛନ୍ତି ମାନ୍ୟବର ବିଧାୟିକା । ଅନ୍ୟ ସମସ୍ତ ବକ୍ତା ମାନେ କର୍ମୀ ମାନଙ୍କୁ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଦୃଢତାର ସହିତ କାର୍ଯ୍ୟ କରିବା ପାଇଁ କହିଛନ୍ତି ।

0
0
0
s2sdefault