ହେଡଲାଇନସ୍:

ତିତଲୀବାତ୍ୟା ଆଉ ତା ପ୍ରଭାବରେ ସୃଷ୍ଟ ବନ୍ୟା ଦ୍ୱାରା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ଦେଖିଲେ ମୁଖ୍ୟମନ୍ତ୍ରୀ : ୧୫ ଦିନ ପର୍ଯ୍ୟନ୍ତ ପ୍ରଭାବିତ ଅଂଚଳରେ ରିଲିଫ ସହାୟତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୟସ୍କଙ୍କୁ ୬୦ ଟଙ୍କା , ପିଲାଙ୍କୁ ୪୫ ଟଙ୍କାର ରିଲିଫ ଦିଆଯିବ

ଭୁବନେଶ୍ୱର(ମାନସୀ ମିଶ୍ର)- ସାମୁଦ୍ରିକ ଝଡ଼ରେ ଗଂଜାମ, ଗଜପତି, ରାୟଗଡ଼ା ଏବଂ ଗୁଣୁପୁର ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ୪୮ ଘଂଟା ମଧ୍ୟରେ ବିଦୁ୍ୟତ ବ୍ୟବସ୍ଥା ସହ ଯାତାୟତକୁ ସ୍ୱାଭାବିକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ୧୫ ଦିନ ପାଇଁ ରିଲିଫ ଯୋଗାଇ ଦେବାପାଇଁ ଘୋଷଣା କରିଛନ୍ତି । ଉକ୍ତ ଘୋଷଣାରେ ମୁଖ୍ୟମନ୍ତ୍ରୀ ବୟସ୍କ ବ୍ୟକ୍ତିଙ୍କ ପାଇଁ ୬୦ ଟଙ୍କା ଓ ପିଲା ପାଇଁ ୪୫ ଟଙ୍କାର ରିଲିଫ ଦିଆଯିବ । ଏକ ଚାରିଜଣିଆ ପରିବାରକୁ ହାରାହାରି ୩ ହଜାର ଟଙ୍କା ରିଲିଫ ବାବଦକୁ ଦିଆଯିବ ବୋଲି କହିଛନ୍ତି ।

ସଚିବାଳୟଠାରେ ସନ୍ଧ୍ୟାରେ ଉପରୋକ୍ତ ଅଂଚଳର ବନ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ । ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ଆସନ୍ତା କାଲି ସୁଦ୍ଧା ନଳକୂପ ଗୁଡ଼ିକ ମରାମତି କରାଯାଇ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶରେ କହିଛନ୍ତି । ନବେ ପ୍ରତିଶତ ଅଂଚଳରେ ବିଦୁ୍ୟତ ସେବାକୁ ସ୍ୱାଭାବିକ କରାଯିବ । ଆଉ ଦଶ ପ୍ରତିଶତ ଅଂଚଳକୁ ଦୁଇ ତିନିଦିନ ଭିତରେ କରାଯିବ । ବିପନ୍ନ ଲୋକମାନଙ୍କୁ ୪୮ ଘଂଟା ମଧ୍ୟରେ କ୍ଷତିଗ୍ରସ୍ତ ଜିଲ୍ଲାର ସମସ୍ତ ବ୍ଲକ ଗୁଡ଼ିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ସହରାଂଚଳରେ ଆସନ୍ତା ୨୪ ଘଂଟା ମଧ୍ୟରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ । ଆବଶ୍ୟକ ସ୍ଥଳେ ଜେନେରେଟର ମଧ୍ୟ ବ୍ୟବହାର କରିବା ପାଇଁ କୁହାଯାଇଛି । ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ପରେ ନଷ୍ଟ ହୋଇଥିବା ଘର ଏବଂ ନଷ୍ଟ ହୋଇଥିବା ଫସଲର ଆକଳନ କରିବାପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶରେ କହିଛନ୍ତି ।

ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର କ୍ଷୟକ୍ଷତି ଓ ସରକାରଙ୍କ ପଦକ୍ଷେପସମ୍ପର୍କରେ ଏକ ଉପସ୍ଥାପନା ପ୍ରଦାନ କରିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ବିଭିନନ ବିଭାଗର ପ୍ରମୁଖ ସଚିବ ଏବଂ ପାଣିପାଗ ବିଭାଗର ନିର୍ଦ୍ଦେଶକ ଉପସ୍ଥିତ ଥିଲେ | ବୈଠକ ପରେ ସାମ୍ବାଦିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ବନ୍ୟାଂଚଳ ପରିଦର୍ଶନ ଓ ରିଲିଫ ପ୍ୟାକେଜ ସମ୍ପର୍କରେ ସୂଚନା ଦେଇଥିଲେ । ବିରୋଧି ଦଳ ମାନଙ୍କ ସମାଲୋଚନା ସମ୍ପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ୧୯୯୯ର ମହାବାତ୍ୟା ପରଠାରୁ ଏହା ହେଉଛି ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ । ବିରୋଧ ଦଳ ଚାହିଁଲେ ସମାଲୋଚନା କରିପାରନ୍ତି । ସେମାନେ ଅଭିଯୋଗ  କରନ୍ତୁ । କିନ୍ତୁ ଆମେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟସ୍ତ ଅଛୁ । ଆପଣମାନେ କଣ ଭାବୁନାହାନ୍ତି ଯେ ଆମେ ଏହାକୁ ଠିକ୍ ଭାବରେ ମୁକାବିଲା କରୁଛୁ ? ସେହିପରି ଗଜପତି ଜିଲ୍ଲାର ବାରଘର ଅଂଚଳର ଦୁର୍ଘଟଣାକୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୁଃଖଦାୟକ ବୋଲି ବର୍ଣ୍ଣନା କରି ସବିଶେଷ ରିପୋର୍ଟ ମିଳିବା ପରେ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ ।

କେନ୍ଦ୍ରକୁ କ୍ଷୟକ୍ଷତିର ସହାୟତା ଦାବି ସମ୍ପର୍କରେ ଉତର ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ସମସ୍ତ କ୍ଷୟକ୍ଷତିର ଆକଳନ ହେବା ପରେ କେନ୍ଦ୍ରକୁ ଏ ବିଷୟରେ ଆବଶ୍ୟକ ସହାୟତା ଦାବି କରାଯିବ । ଇଣ୍ଡିଆ ଟୁଡେ଼ ନିଉଜ ଚ୍ୟାନେଲ ମତାମତ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କୁ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ  ଭାବରେ ଉପସ୍ଥାପିତ କରାଯାଇଥିବା ସମ୍ପର୍କରେ ସାମ୍ବାଦିକ ମାନଙ୍କ ଦୃଷ୍ଟି ଆକର୍ଷଣର ଉତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ମୋତେ ଅଧିକ ନମ୍ର କରିଛି । ଆହୁରି ଅଧିକ ନିଷ୍ଠାର  ସହିତ ମୁଁ ଲୋକଙଙ୍କ ସେବା କରିଚାଲିବି

0
0
0
s2sdefault