ହେଡଲାଇନସ୍:

  ଭଦ୍ରକ : ଯୁବକଙ୍କୁ ମାରଣାତ୍ମକ ଆକ୍ରମଣ, ଆସାମିକୁ ସୁରକ୍ଷା ଦେଉଛି ପୁଲିସ! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ)  ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବଡ ରାମପୁର ଅଞ୍ଚଳରେ ପୂର୍ବ ଶତୃତାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ଜୈନିକ ଯୁବକ ଗୁରୁତର ହୋଇ କଟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସ୍ଥାନୀୟ ପୁଲିସ ଆସାମିକୁ ସୁରକ୍ଷା ଦେଉଥିବା ଖବର ମିଳିଛି । ଗତ ୧୧ତାରିଖ ରାତ୍ର ସମୟରେ ଉକ୍ତ ଅଞ୍ଚଳର ଶଶିକାନ୍ତ ପାତ୍ର ଭଦ୍ରକରୁ କାମ ସାରି ଘରକୁ ଫେରୁଥିବା ବେଳେ ବିଷ୍ଣୁପୁର ଛକ ନିକଟରେ ଥିବା ହନୁମାନ ମନ୍ଦିର ପାଖରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ରଘୁନାଥ ପଣ୍ଡା ନାମକ ଯୁବକ ହଟାତ୍ ରୋଡ ଦ୍ୱାରା ଆକ୍ରମଣ କରିଥିଲା । ଏହାପରେ ତାଙ୍କ ଶରୀରକୁ କ୍ଷତବିକ୍ଷତ କରି ପକାଇଥିଲା ଫଳରେ ଶଶିକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ଅଣାଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ କଟକ ପଠାଇ ଦେଇଥିଲେ । ସେ ବର୍ତ୍ତମାନ କଟକ ଡାକ୍ତରଖାନାରେ ଚିକିତ୍ସିତ  ଅବସ୍ଥାରେ ରହିଥିବା ବେଳେ ଆସାମି ଏଠାରେ ଖୋଲାଖୋଲି ଭାବରେ ଘୁରି ବୁଲିବା ସହିତ ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଚମକ ଦେବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ତାଙ୍କ ପୁତ୍ର ପ୍ରଶନ୍ନଜୀତ ପାତ୍ର ଧାମନଗର ଥାନାରେ ଲିଖିତ ଏତଲା ଦେଇଥିଲେ । ତେବେ ଏହି ଆକ୍ରମଣ ଘଟଣାର ୩ଦିନ ବିତି ଯାଇଥିବା ବେଳେ ଧାମନଗର ଥାନାଧିକାରୀ କାହିଁକି ଏତଲାକୁ ଭିତି କରି ଗିରଫ କରିନାହିଁ ବୋଲି ଗ୍ରାମବାସୀ ପଶ୍ନ କରିଛନ୍ତି । ଆକ୍ରମଣ କରିଥିବା ଆସାମି ଜଣେ ମଦ୍ୟପ ଭାବରେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ ନ କରିବା ପଛରେ ରହସ୍ୟ କ’ଣ ବୋଲି ପ୍ରଶ୍ନ ଉଠିଛି । ତେବେ ଏ ଘଟଣା ବିଷୟରେ ଅଧିକ ଜାଣିବାକୁ ଥାନାଧିକାରିଣୀଙ୍କୁ ବାରମ୍ଭାର ଯୋଗାଯୋଗ କରାଯିବାରୁ ତାଙ୍କ ମୋବାଇଲ ଅପହଞ୍ଚ ଦୂରତାରେ ଥିଲା । ସେ ଯାହାହେଉ , ଡିଜି କହୁଛନ୍ତି ଏତଲା ପାଇବା ପାତ୍ରେ ତୁରନ୍ତ ଅଭିଯୋଗକାରୀଙ୍କୁ ଏତଲା କପି ଦେବା ସହିତ ଘଟଣାସ୍ଥଳରେ ଯାଇ ଅନୁସନ୍ଧାନ କରିବାକୁ , ହେଲେ ଏଠାରେ ତାହା ଖୋଲା ଖୋଲି ଭାବରେ ଉଲଘଂନ କରାଯାଉଥିବା ଦେଖିବାକୁ ମିଳୁଛି । ପୁଲିସ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଆସାମିକୁ ଗିରଫ କରିବା ପାଇଁ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

0
0
0
s2sdefault