ହେଡଲାଇନସ୍:

ବ୍ଲକ ପ୍ରଶାସନ ଦ୍ୱାରା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଇକମାଲ/ଗୌରାଙ୍ଗ ଚରଣ ଦାଶ- ବରଗଡ଼ ଜିଲ୍ଲା ପଇକମାଲ ବ୍ଲକ ମୁଖ୍ୟାଳୟ ଠାରେ ଆଜି ବ୍ଲକ ପ୍ରଶାସନ ଦ୍ୱାରା ଵିଭିନ୍ନ ପ୍ରକାର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ । ଉକ୍ତ କାର୍ଯକ୍ରମରେ 22 ଟି ଗ୍ରାମପଞ୍ଚାୟତ ର ସମୁଦାୟ 1063 ଜଣ ନୂତନ ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇ ପ୍ରତ୍ୟେକ ଙ୍କୁ 3 ମାସ ର 300 ଲେଖାଏ ସମୁଦାୟ 900 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଆଗକୁ ଦୂର୍ଗା ପୂଜା ଥିବାରୁ ଏକା ଥରକେ 900 ଟଙ୍କା ଲେଖାଏଁ ପାଇଥିବାରୁ ଖୁସି ବହୁଗୁଣରେ ବଢି ଯାଇଥିବା କଥା ଏହି କାର୍ଯକ୍ରମ ରେ ଯୋଗ ଦେଇଥିବା କିଛି ହିତାଧିକାରୀ ଜଣାଇଛନ୍ତି । ଏହି ସଭାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ରୂପେ ,ଓ ପଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ଓ ପଇକମାଲ ବିଡ଼ିଓ ତଥା ତହସିଲଦାର ଶ୍ରୀ ସଦାଶିବ ମାଝୀ , ସମ୍ମାନିତ ଅତିଥି ଭାବରେ ରେ ଯୋଗଦେଇ ସମସ୍ତ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଶ୍ରୀ ରମେଶ ଚନ୍ଦ୍ର ସେଠି ଏହି କାର୍ଯକ୍ରମ କୁ ପରିଚାଳନା କରିଥିଲେ ।

0
0
0
s2sdefault