ହେଡଲାଇନସ୍:

ତିତଲୀ ଯାତନାରେ କନ୍ଧମାଳବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳଜିଲ୍ଲା ରେ ତିତଲୀ ତାଣ୍ଡବ | ଛୁଇଁ ଦେଇ ଚାଲିଗଲା ସିନା, ଗଲାପରେ ପରେ ଯେଉଁ ଯାତନା ଦେଇଗଲା ସେଥିରେ ହନ୍ତସନ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ରୋତିଙ୍ଗିଆ ରୁ ଜିଉଦୟଗିରି ଯାତାୟାତ ସେବା ବିଛିନ୍ନ | ଝିମାଇଂଗିଆ ଘାଇରେ ବନ୍ୟା ଜଳ ଆସି ରାସ୍ତା କ୍ଷତିଗ୍ରସ୍ଥ ହୋଇଛି | ସମଗ୍ର କନ୍ଧମାଳ ଜିଲ୍ଲାରେ ତିତିଲିର ପ୍ରଭାବରେ ଶତାଧିକ ଘର ଭାଙ୍ଗିଥିବା ବେଳେ ଦୁଇଜଣ ଲୋକଙ୍କ ମୃତ୍ୟୁ ଘଟିଛି | କେବଳ ମଣିଷ ନୁହେ ପଶୁଧନ ବି ପ୍ରଭାବିତ ହୋଇଛନ୍ତି ଏହି ପ୍ରବଳ ବର୍ଷାରେ | ପ୍ରାୟ ୬୦ ଗୋରୁଙ୍କ ପ୍ରାଣ ହରାଇଥିବା କୁହାଯାଇଛି |

ଦୁଇଦିନର ଲଗାଣ ବର୍ଷା ହୋଇଥିବାରୁ ଶତାଧିକ ଘର ଭାଙ୍ଗିଯାଇଛି । ଜିଲ୍ଲାରେ ଫୁଲବାଣୀରେ ଥିବା ବିଡାଙ୍ଗିସାହିର ନାଳରେ ଆଜି ସକାଳ ୫ଟା ସମୟରେ ଶୌଚ ହେବାପାଇଁ ଯାଇଥିବାବେଳେ ନାଳର ପ୍ରଖର ସୋ୍ରତରେ ଭାସିଯାଇ ସ୍ଥାନୀୟ ପେଞ୍ଜିସାହିର ଅଶୋକ ବେହେରା (୫୦) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଫୁଲବାଣୀ ଟାଉନ ଥାନା ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବାସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି | ଚକାପାଦ ବ୍ଳକରେ ଜଣେ ଗାଈଚରାଳି ଗାଇ ଚରାଇବାପାଇଁ ଯାଇ ସେଠାରୁ ନିଖୋଜ ଥିବା ଖବର ମିଳିଛି । ସେହି ପରି ବାଲିଗୁଡାଠାରେ ରାତ୍ରୀରେ ଶୋଇଥିବାବେଳେ ଘରର କାନ୍ଥ ପଡି ଜଣଙ୍କ ପ୍ରାଣହାନୀ ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ଜନକପତି କହଁର ଓ ତାଙ୍କ ଘର ଟିକାବାଲି ବ୍ଳକ ଅନ୍ତର୍ଗତ ଜିଗିନାଗାଁରେ ବୋଲି ଜଣାପଡିଛି । ସେହିପରି ଦାରିଙ୍ଗବାଡି ଘାଟିରେ ମାଟି ଅତଡା ଖସି ୨୦ରୁ ଅଧିକ ଗୋରୁଗାଈଙ୍କ ମୃତ୍ୟୁ ହୋଇଛି | ଜିଲ୍ଲାରେ ବିଭିନ୍ନ ଯାଗାରେ ଗଛପଡି ରାସ୍ତା ଅବରୋଧ ହୋଇଥିବାବେଳେ ରାସ୍ତା ଓ ପୋଲ ଭାଙ୍ଗି ଜିଲ୍ଲାର ପ୍ରାୟ ୨୦ଟି ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଥିବା ବେଳେ ସେଥିରୁ କେତେକ ଯାଗାକୁ ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦିଆଯାଇଥିବାବେଳେ ଜିଲ୍ଲାର ଆଉ କେତେକ ଅଂଚଳରେ ସହାୟତା ପହଂଚି ପାରିନାହିଁ । ଜିଲ୍ଲାର ଜି.ଉଦୟଗିରି ବ୍ଳକରେ ରାଜ୍ୟର ସର୍ବାଧିକ ୩୫୨ ମିଲି ମିଟର ବର୍ଷା ହୋଇଛି ଏହି ବ୍ଳକରେ ପ୍ରାୟ ୬୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ସମଗ୍ର ଜିଲ୍ଲାରେ ୩୬୩ରୁ ଅଧିକ ଘର ଭାଙ୍ଗିଥିବା ଜଣାପଡିଛି କ୍ଷୟକ୍ଷତି ହୋଇଥିବା ଅଂଚଳର ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ଏବଂ ଏହି ବାତ୍ୟାରେ ମୃତ ବ୍ୟକ୍ତି ମାନଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ସରକାରଙ୍କ ତରଫରୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ଆପାତକାଳୀନ ଅଧିକାରୀଙ୍କ ସୁତ୍ରରୁ ଜଣାପଡିଛି |

0
0
0
s2sdefault