ହେଡଲାଇନସ୍:

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପ୍ଲାଷ୍ଟିକ ବର୍ଜନ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଆୟୋଜିତ "ଯୁବ ଓଡ଼ିଶା ନବୀନ ଓଡ଼ିଶା" ପକ୍ଷରୁ ବିଞ୍ଚଣା ଗ୍ରାମରେ "ପ୍ଲାଷ୍ଟିକ ବର୍ଜନ" ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କ୍ଷତ୍ରିୟବରପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ କୁଞ୍ଜବିହାରୀ ନାୟକ ପତାକା ଦେଖାଇ ଉକ୍ତ ସଚେତନତା ରାଲି ଶୁଭାରମ୍ଭ କରିଥିଲେ। ସ୍ଵେଚ୍ଛାସେବୀମାନେ ସ୍ଲୋଗାନ,ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା କରି ସଚେତନତା ପ୍ରଚାର ପତ୍ର ଜନସାଧାରଣ ମାନଙ୍କୁ ପ୍ରଦାନ କରିବା ସହ ତତ୍ ସମ୍ପର୍କୀୟ ପ୍ରାଚୀର ପୋଷ୍ଟର ଗ୍ରାମର ବିଭିନ୍ନ ସ୍ଥାନରେ ମାରିଥିଲେ । ଗ୍ରାମର କୋଠଘର ନିକଟରେ ସଭାପତି ଶିବଶଙ୍କର ବିଷୋୟୀଙ୍କ ପୌରହିତ୍ୟରେ ଏକ ସଭା ହୋଇଥିଲା ।ସି. ଆର୍.ସି ଛାୟାକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ,ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହାପାତ୍ର,କାର୍ଯ୍ୟକ୍ରମ ସଂଯୋଜକ କୁମୁଦ ଚନ୍ଦ୍ର ମହାପାତ୍ର , ରେଡକ୍ରସ ଉପଦେଷ୍ଟା ଶୁଶାନ୍ତ କୁମାର ଲେଙ୍କା,ଅଧ୍ୟାପକ ଦିପୁ ଭୂୟାଁ ,ଅଧ୍ୟାପକ ଗଙ୍ଗାଧର ରଣା ପ୍ରମୁଖ ମଞ୍ଚାସିନ ଥିଲେ ।ମୁଖ୍ୟ ଅତିଥି କୁଞ୍ଜବିହାରୀ ନାୟକ ପ୍ଲାଷ୍ଟିକ ବର୍ଜନ ନିଜଠାରୁ ଆରମ୍ଭ କରି ସମାଜକୁ ଏକ ମହତ୍ ବାର୍ତ୍ତା ଦେବାକୁ ପରାମର୍ଶ ଦେଇଥିଲେ । ସୁଶାନ୍ତ କୁମାର ଲେଙ୍କା ଉପସ୍ଥିତ ସମସ୍ତ ସ୍ଵେଚ୍ଛାସେବୀ ଓ ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।ଉପରୋକ୍ତ କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଯୁବ ସମାଜ , ମହେଶ୍ବର ଗୌଡ଼ ,ବଳରାମ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ ।ସମସ୍ତ ଅତିଥି ଓ ସ୍ୱେଚ୍ଛାସେବୀ ମାନେ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିଦ୍ୟାର୍ଥୀମାନଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ମୋଡେଲ ବୁଲି ଦେଖିଥିଲେ ।

0
0
0
s2sdefault