ହେଡଲାଇନସ୍:

ମୟୂରଭଞ୍ଜରେ ଆନ୍ତର୍ଜାତୀୟ ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ/ଶାସକ ପ୍ରଶାସକ- ପ୍ରଖ୍ୟାତ ଗାନ୍ଧିବାଦୀ ଜାତୀୟ ସ୍ତରୀୟ ସମାଜସେବୀ ଡ ଏସ.ଏନ. ସୁବ୍ବାରାଓଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ଜାତୀୟ ଯୁବ ପ୍ରକଳ୍ପ(NYP) ସଂଗଠନ ଦୀର୍ଘବର୍ଷ ଧରି ଲଗାତାର ଭାବେ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ବର୍ଷ ତମାମ ଶତାଧିକ ଯୁବକ ଯୁବତୀଙ୍କୁ ନେଇ ଜାତୀୟ ଶିବିର ଆୟୋଜନ କରୁଥିବା ବେଳେ, ସଙ୍ଗଠନର ପ୍ରତିଷ୍ଠାତା ସୁବ୍ବାରାଓଙ୍କ ଅକାଳ ବିୟୋଗ ପରେ, ଏହି ପ୍ରକ୍ରିୟା କିଛି ସମୟ ପାଇଁ ମନ୍ଥର ହୋଇଥିବା ବେଳେ, ୬ମାସ ପୂର୍ବରୁ ଏହି ଯୁବ ଏକତା କାର୍ଯ୍ୟକ୍ରମ ପୁଣି ସର୍ବଭାରତୀୟ ସ୍ତରରେ ଲଗାତାର ଭାବେ ଆୟୋଜିତ ହେଉଅଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ଜାନୁୟାରୀ ମାସରେ ଏକ ଆନ୍ତର୍ଜାତିୟ ଏକତା ଯୁବ ମହୋତ୍ସବ ଆୟୋଜିତ ହେଉଥିବା ନେଇ ଏକ ପ୍ରେସ ବିବୃତି ମାଧ୍ୟମରେ ସଙ୍ଗଠନ ତରଫରୁ ସୂଚନା ଦିଆଯାଇଛି। ବାରିପଦା ସ୍ଥିତ ଆଧାର ଅନୁଷ୍ଠାନ ସଭଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ରାଜ୍ୟ ସଂଯୋଜକ ମଧୁସୂଦନ ଦାସ ଯୋଗ ଦେଇଥିବା ବେଳେ, ଜିଲ୍ଲା ସଭାପତି କୁଞ୍ଜବିହାରୀ ସେଠୀ ସଭାପିତ୍ବ କରିଥିବା ବେଳେ, ଓଡ଼ିଶା ପ୍ରାଇଡ ପ୍ରତିଷ୍ଠାତା ମାନସ କୁମାର ଦାସ, ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ମୋହନ ପଣ୍ଡା, ବିବେକାନନ୍ଦ ପଟ୍ଟନାୟକ, ଆଧାର ସଙ୍ଗଠନ ପ୍ରତିଷ୍ଠାତା ପ୍ରଣତି ଦାସ, ବିଶ୍ଵବିଦ୍ୟାଳୟର ଏନଏସଏସ ବିଭାଗର ପୁର୍ବତନ ସଂଯୋଜକ ଶୁଭେନ୍ଦୁ ଦାସ, କନିକା ବୋଷ, ବାବା ସଞ୍ଜୟ ଦାସ, NYP ଜିଲ୍ଲା ସଂଯୋଜକ ମଳୟ କୁମାର ନାୟକ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ, ସଙ୍ଗଠର ମାନସ କୁମାର ପୃଷ୍ଟି, ଅଶ୍ୱନି କୁମାର ମହାନ୍ତ, ଦୁର୍ଗାପ୍ରସାଦ ମହାପାତ୍ର, ସଞ୍ଜୀବ ଘୋଷ, ଶିବ ନାରାୟଣ ପରିଡ଼ା, ସାବିତ୍ରୀ ବେହେରା, କାଞ୍ଚନମାଲା ସାହୁ, ଶୁଭମ୍ ନାୟକ, ଅଙ୍ଗସୁମାନ ଦାସ, ସୁନନ୍ଦା ମୋଦୀ, ସାବିତ୍ରୀ ବେହେରା , ବିଜୟଲକ୍ଷ୍ମୀ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।ଆନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଯୁବ ଶିବିର ଆସନ୍ତା ଜାନୁଆରୀ ମାସ ତା- ୨୫/୦୧/୨୦୨୩ରିଖ ଠାରୁ ତା -୨୯/୦୧/୨୦୨୩ ରିଖ ପାଞ୍ଚ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି । ଭାରତ ବର୍ଷ ର ୨୫ ଟି ରାଜ୍ୟ ଓ ଦକ୍ଷିଣ ଏସିଆ ର ଇଣ୍ଡୋନେସିଆ, ବଙ୍ଗଳାଦେଶ ଓ ନେପାଳ ପରି ତିନୋଟି ଦେଶର ଯୁବାସାଥୀ ଯୋଗଦେବାକୁ ସ୍ଵୀକୃତି ଦେଇଚନ୍ତି। ଏହି ଅବସରରେ ଯୁବସାଥି ମାନେ ନିଜ ନିଜ ରାଜ୍ୟ ଓ ଦେଶର ପାରମ୍ପରିକ ସାସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ବିଶ୍ୱ ବନ୍ଧୁତାର ବାର୍ତା ନେବା ସହ ମୟୁରଭଞ୍ଜ ମାଟିର ସାସ୍କୃତିକ ଗାଥା ସହ ବିଶେଷ ପରିଚିତ ହୋଇ , ଜିଲ୍ଲାବାସୀଙ୍କୁ ଭିନ୍ନ ଭିନ୍ନ ପ୍ରଦେଶର ସାସ୍କୃତିକ ପରିଚୟ ପ୍ରଦାନ କରିବା ନିମନ୍ତେ ପ୍ରସ୍ତୁତି ଚାଲିଥିବା ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମର ୫ ଦିନ ମଧ୍ୟରେ ତା-୨୫/୧/୨୪ରିଖ ବାରିପଦା, ତା-୨୬/୦୧/୨୪ରିଖ ଝରପୋଖରିଆ, ତା ୨୭/୦୧/୨୪ରିଖ ରାଇରଙ୍ଗପୁର, ତା-୨୮/୦୧/୨୪ରିଖ ପୁଣି ବାରିପଦା ଛଉ ପଡିଆ ଓ ଶେଷ ଦିନରେ ତା-୨୯/୦୧/୨୪ରିଖ ଉଦଳା ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଯୁବସାଥୀ ମାନଙ୍କୁ ନେଇ ଆୟୋଜିତ ହେବାପାଇଁ ସ୍ଥିରୀକୃତ ହୋଇଅଛି । ଏହି କାର୍ଯ୍ୟକ୍ରମ ରେ ଓଡିଶା ଓ ସର୍ବଭାରତୀୟ ସ୍ତରର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷ୍ୟଙ୍କୁ ଯୋଗଦେବା ପାଇଁ ଭବ୍ୟ ନିମନ୍ତ୍ରଣ କରାଯାଇଅଛି। ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଧାୟକ ସାଂସଦ, ମନ୍ତ୍ରୀ ସୁଦାମ ମାରାଣ୍ଡି, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସହଯୋଗ ସହିତ ଜିଲ୍ଲାପାଳଙ୍କ ଅବଗତରେ ସମସ୍ତ କାର୍ଯକ୍ରମକୁ ପ୍ରସ୍ତୁତି କରାଯାଉଥିବା ନେଇ ପ୍ରେସ ବିବୃତିରେ ଜାତୀୟ ଯୁବ ପ୍ରକଳ୍ପ ରାଜ୍ୟ ସଂଯୋଜକ ମଧୁସୁଦନ ଦାସ, ଜିଲ୍ଲା ସଂଯୋଜକ ମଳୟ ନାୟକ ପ୍ରକାଶ କରିଛନ୍ତି। 

0
0
0
s2sdefault