ହେଡଲାଇନସ୍:

ନୃସିଂହନାଥ ସୌନ୍ଦର୍ଯ୍ୟକରଣ କାମ ତଦାରଖ କଲେ ପୂର୍ତ୍ତ ସଚିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଶୀଘ୍ର କାମ ସାରିବା ପାଇଁ କଲେ ତାଗିଦ୍

  • ୨ ମାସ ରେ ୩ ଥର କଲେ ପରିଦର୍ଶନ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ : - ବରଗଡ ଜିଲା ନୃସିଂହନାଥ ମନ୍ଦିର ପରିସରରେ ଚାଲିଥିବା ସୌନ୍ଦର୍ଯ୍ୟ କରଣ କାମକୁ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ମୁଖ୍ୟ ସଚିବ ବୀର ବିକ୍ରମ ଯାଦବ ଗୁରୁବାର ପରିଦର୍ଶନ ରେ ଆସି ସମସ୍ତ କାମକୁ ଟିକି ନିକି ଭାବରେ ଦେଖି ଥିଲେ । ସମସ୍ତ କାମକୁ ଡିସେମ୍ବର ଶେଷ ସୁଦ୍ଧା ସୁନ୍ଦର ଭାବରେ ଫିନିସିଂ କରି ଶେଷ କରିବା ସହ କୌଣସି କାମରେ କମ୍ପ୍ରମାଇଜ କରାଯିବ ନାହିଁ ବୋଲି ଠିକାଦାର ଙ୍କୁ ତାଗିଦ କରିଥିଲେ । ନୁତନ ଜୋତା ଷ୍ଟାଣ୍ଡ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଭକ୍ତ ମାନଙ୍କ ଗୋଡ ଧୁଆ ଘର ର ବ୍ୟବସ୍ଥା, ପିଇବା ପାଣି, ଶୌଚାଳୟର ସୁ-ବ୍ୟବସ୍ଥା, ଭକ୍ତ ମାନଙ୍କୁ ରହିବାର ଠିକ ଭାବରେ ବ୍ୟବସ୍ଥା କରିବା ସହିତ କାମ ଶୀଘ୍ର କର ବୋଲି କହିବା ସହ ଜନସାଧାରଣ ଓ ମନ୍ଦିର କର୍ମଚାରୀ ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ତାଙ୍କ ସହ ମୁଖ୍ୟଯନ୍ତ୍ରୀ ଦୁଃଖବନ୍ଧୁ ବେହେରା, ଅଧିକ୍ଷଣ ଯନ୍ତ୍ରୀ ଅରୁଣ ପାଣ୍ଡେ, ବିଭାଗୀୟ ଯନ୍ତ୍ରୀ ଦିଲୀପ ସାହୁଙ୍କ ସମେତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault