ହେଡଲାଇନସ୍:

ସମ୍ବଲପୁରରେ ସାମାଜିକ-ଅର୍ଥନୈତିକ ବିକାଶ କରୁଛି ହିଣ୍ଡାଲକୋର ସିଏସ୍‍ଆର ପ୍ରୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ହିଣ୍ଡାଲକୋ ହୀରାକୁଦର ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଓଡ଼ିଶାର ଆଦିବାସୀବହୁଳ ସମ୍ବଲପୁର ଜିଲ୍ଲାର ନିମପାଲି ଗ୍ରାମରେ ଏହାର ପ୍ରୋଜେକ୍ଟ ‘ଆମ ପଡା’ ଜରିଆରେ ବିଶାଳ ପାର୍ଥକ୍ୟ ଆଣିଛି ।
ନିମପାଲି ଗ୍ରାମର ଜନସଂଖ୍ୟା ୩୦୦ରୁ ସାମାନ୍ୟ ଅଧିକ । ଏଥିମଧ୍ୟରୁ ୯୦ ପ୍ରତିଶତ ଅନୁସୂଚିତ ଜନଜାତି (ଏସ୍‍ଟି) ଏବଂ ୫ ପ୍ରତିଶତ ଅନୁସୂଚିତ ଜାତି (ଏସ୍‍ସି) ଅଟନ୍ତି । ନିମ୍ନ ସାକ୍ଷରତା ହାର ଏବଂ ପଛୁଆପଣ ଏହି ଲୋକଙ୍କ ଜୀବନ ନିର୍ବାହ କଷ୍ଟକର କରିଦେଇଛି ଏବଂ ସେମାନେ ନିଜର ଆବଶ୍ୟକତା ପୂରଣ ନିମନ୍ତେ କଠିନ ପରିଶ୍ରମ କରୁଛନ୍ତି । ସେମାନେ କେବଳ ଦିନ ମଜୁରୀ ଉପରେ ନିର୍ଭରଶୀଳ । ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେମାନେ ଅଜ୍ଞ ଅଟନ୍ତି ।
ଗ୍ରାମବାସୀଙ୍କର କଷ୍ଟକର ସ୍ଥିତି ଲକ୍ଷ୍ୟକରି ହିଣ୍ଡାଲକୋ ତାହାର ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଜରିଆରେ ବିଭିନ୍ନ ସ୍ତରରେ ପଦକ୍ଷେପ ନେବା ଆରମ୍ଭ କରିଥିଲା । ହିଣ୍ଡାଲ୍‍କୋ ସିଏସ୍‍ଆର ଟିମ୍‍ ପକ୍ଷରୁ କରାଯାଇଥିବା ଏକ ପ୍ରାଥମିକ ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ଅଧିକାଂଶ ପରିବାରର ପାଇଖାନା ନଥିଲା । ତେଣୁ କମ୍ପାନୀ ପ୍ରତି ପରିବାର ପାଇଁ ପାଇଖାନା ନିର୍ମାଣ ଆରମ୍ଭ କରିଥିଲା ଏବଂ ଏହାକୁ ସରକାରଙ୍କର ସ୍ୱଚ୍ଛ ଭାରତ ମିଶନ ସହିତ ସଂଯୁକ୍ତ କରିଥିଲା । ସେମାନେ ନିମପାଲିକୁ ଖୋଲା ସ୍ଥାନରେ ମଳତ୍ୟାଗ ମୁକ୍ତ ଗ୍ରାମରେ ପରିଣତ କରିବାରେ ସଫଳ ହୋଇଥିଲେ ।
ଜଳ ଉପଲବ୍ଧତା ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ହିଣ୍ଡାଲକୋର ସିଏସ୍‍ଆର ଟିମ୍‍ ଗ୍ରାମବାସୀଙ୍କୁ ଜଳ ଯୋଗାଇ ଦେବାକୁ ଏକ ବିଶାଳ ପୋଖରୀ ଖୋଳାଇଥିଲେ । ପୁନଶ୍ଚ ପ୍ରୋଜେକ୍ଟ ଆମ ପଡା ଅଧୀନରେ ସେମାନେ ନିମପାଲିରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଅଙ୍ଗନବାଡି କେନ୍ଦ୍ରର ସମ୍ପୂର୍ଣ୍ଣ ପୁନରୁଦ୍ଧାର କରିଥିଲେ ଏବଂ ପିଲାମାନଙ୍କର ଆଗ୍ରହ ବୃଦ୍ଧି ତଥା ସେମାନଙ୍କର ବିକାଶ ନିମନ୍ତେ ଏହାକୁ ଉନ୍ନତ ଶିକ୍ଷାପ୍ରଦାନ ଓ ଶିକ୍ଷା ଆହରଣ ସାମଗ୍ରୀ ପ୍ରଦାନ କରିଥିଲେ ।
ହିଣ୍ଡାଲ୍‍କୋ ପକ୍ଷରୁ ପ୍ରୋଜେକ୍ଟ ଆମ ପଡା ଅଧୀନରେ ନିଆଯାଉଥିବା ପ୍ରୟାସସମୂହ ସମ୍ପର୍କରେ ପ୍ରକାଶ କରି ହିଣ୍ଡାଲ୍‍କୋ ସମ୍ବଲପୁର କ୍ଲଷ୍ଟର ହେଡ୍‍ ଶ୍ରୀ କୈଳାସ ନାଥ ପାଣ୍ଡେ କହିଥିଲେ, “ଆମେ ଏଭଳି ପ୍ରକଳ୍ପଗୁଡିକ ହାତକୁ ନେଉଛୁ ଯାହା ଆମ କାର୍ଯ୍ୟକାରିତା ସ୍ଥଳ ଏବଂ ଏହାର ଚତୁଃପାର୍ଶ୍ଵରେ ବାସ କରୁଥିବା ଜନସାଧାରଣଙ୍କ ଜୀବନକୁ ସହଜ କରୁଛି । ହିଣ୍ଡାଲକୋ ସାମାଜିକ ଅଭିବୃଦ୍ଧି ଧାରା ବଜାୟ ରଖିବା ଏବଂ ମୌଳିକ ଆବଶ୍ୟକତା ପୂରଣ କରିବା ନିମନ୍ତେ ନିରନ୍ତର କାର୍ଯ୍ୟ କରୁଛି । ଆମେ ସର୍ବଦା ଗୋଷ୍ଠୀର ସାମଗ୍ରିକ ପ୍ରଗତି ନିମନ୍ତେ ଲକ୍ଷ୍ୟ ରଖିଛୁ ।”
ଶ୍ରୀ ମନ୍‍ଦୀପ ଖାଡିଆ, ନିମପାଲିର ଜଣେ ଯୁବ ବାସିନ୍ଦା କହିଥିଲେ, “ଆମ ଗ୍ରାମର ସମସ୍ତ ପରିବାର ସକାଶେ ପାଇଖାନା ଯୋଗାଇଦେବା ସହିତ ହିଣ୍ଡାଲ୍‍କୋର ପ୍ରୟାସ ଅଧିକ ଶ୍ରେଣୀଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ ସୁବିଧା ସୃଷ୍ଟି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା । କମ୍ପାନୀ ସାମଗ୍ରିକ ଭାବରେ କାର୍ଯ୍ୟ କରିଥିଲା, ଯାହା ନିମପାଲିରେ ଆମ ସମସ୍ତଙ୍କ ଦ୍ୱାରା ବିପୁଳ ପ୍ରଶଂସା ଲାଭ କରିଛି ।”
ସମ୍ବଲପୁର ପୌର ନିଗମର ଅତିରିକ୍ତ କମିଶନର ଶ୍ରୀ ସୁନିଲ କେରକେଟ୍ଟା ନିମପାଲିରେ ମୌଳିକ ଭିତ୍ତଭୂମି ଯୋଗାଣ କ୍ଷେତ୍ରରେ ହିଣ୍ଡାଲ୍‍କୋର ପ୍ରୟାସକୁ ପ୍ରଶଂସା କରିଥିଲେ । ବିଶେଷକରି ଗ୍ରାମବାସୀଙ୍କର ଜଳ ଆବଶ୍ୟକତା ପୂରଣ ନିମନ୍ତେ କମ୍ପାନୀ ପକ୍ଷରୁ ଏକ ବିଶାଳ ପୋଖରୀଖନନକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ହିଣ୍ଡାଲ୍‍କୋ ପକ୍ଷରୁ ଖୁବଶୀଘ୍ର ଏକ କମୁ୍ୟନିଟି ସେଣ୍ଟର ନିର୍ମାଣ ପାଇଁ ଯୋଜନା କରାଯାଉଛି ଏବଂ ତାହା ନିମପାଲି ଗ୍ରାମବାସୀଙ୍କର ସାମାଜିକ ଆବଶ୍ୟକତା ପୂରଣ ଦିଗରେ ଯତ୍ନନେବ ବୋଲି ଶ୍ରୀ କେରକେଟ୍ଟା କହିଥିଲେ ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ଓଡ଼ିଶାରେ ସମାଜ ପ୍ରତି ପ୍ରତିଦାନ ରଖିବାର ନିରନ୍ତର ପ୍ରେରଣାରେ ପରିଚାଳିତ ଆଦିତ୍ୟ ବିର୍ଲା ଗ୍ରୁପ୍‍ ରାଜ୍ୟରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍‍ର ସିଏସ୍‍ଆର କାର୍ଯ୍ୟକ୍ରମ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମୁ୍ୟନିଟି ଇନିସିଏଟିଭ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟର ମାର୍ଗଦର୍ଶନରେ ପରିଚାଳିତ ହେଉଛି । ଗ୍ରୁପର ଦୂରଦୃଷ୍ଟି ହେଉଛି ଏହା ନିଜର ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳରେ ଜନସାଦାରଣଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରତି ସକ୍ରିୟ ଅବଦାନ ରଖିବା । ଏଭଳି କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନଧାରଣ ପନ୍ଥା ନିର୍ମାଣ ତଥା ରାଷ୍ଟ୍ରର ମାନବ ବିକାଶ ସୂଚୀ ଉପରକୁ ଉଠାଇବାକୁ ଏହା ଲକ୍ଷ୍ୟ ରଖିଛି । ଗ୍ରୁପ୍‍ର ସିଏସଆର ଦୂରଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ନିମନ୍ତେ ୟୁଏନ୍‍ଏସଡିଜି ଲକ୍ଷ୍ୟ ମୁତାବକ ହୋଇଛି ।

 

0
0
0
s2sdefault