ହେଡଲାଇନସ୍:

ଓଡ଼ଗାଁ ଶ୍ରୀ ରଘୁନାଥ ଜିଉ ମନ୍ଦିର ରୁପାନ୍ତରିକରଣ ପାଇଁ ହେଲା ଶିଳାନ୍ୟାସ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରାରମ୍ଭିକ ଭାବେ ୩କୋଟି ୫୦ଲକ୍ଷ ବ୍ୟୟରେ ହେବ କାର୍ଯ୍ୟାରମ୍ଭ

ଓଡ଼ଗାଁ, ୧୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିରାଜିତ ସ୍ବର୍ଣ୍ଣ କଳଶ କ୍ଷେତ୍ର ଅଧୀଶ୍ଵର ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରର ରୁପାନ୍ତରିକରଣ ପାଇଁ ଗୁରୁବାର ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ବାରା ଶିଳାନ୍ୟାସ କାର୍ଯ୍ୟ ହୋଇଯାଇଛି । ଏଥିନିମନ୍ତେ ମନ୍ଦିର ମଧ୍ୟସ୍ଥରେ ସୁବଳୟା ପାହାଡ଼ ତଳେ ଏକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ବୈଦିକ ପଣ୍ଡିତ ତଥା ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀ ଏବଂ ଶିବରାମ ଷଡ଼ଙ୍ଗୀଙ୍କ ମିଳିତ ବେଦ ଉଚ୍ଚାରଣରେ ଯଜ୍ଞ କାର୍ଯ୍ୟ ସମାପିତ ହୋଇଥିଲା । ବିଧାୟକ ଡ.ଅରୁଣ କୁମାର ସାହୁ ପ୍ରଥମେ ପ୍ରଭୁ ରଘୁନାଥ ଜିଉଙ୍କ ଦର୍ଶନ କରିବା ସହିତ ଯଜ୍ଞସ୍ଥଳକୁ ଯାଇ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ।

ପରେ ମନ୍ଦିର ପୂଜା ବଜାର ନିକଟରେ ରୁପାନ୍ତରିକରଣ ଫଳକୁ ଉନ୍ମୋଚନ କରିଥିଲେ । ପ୍ରଥମ ଦଫାରେ ୩ କୋଟି ୫୦ ଲକ୍ଷ ଟଙ୍କାରେ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଏଥି ନିମନ୍ତେ ଅଧିକ ଅର୍ଥ ବ୍ୟୟ ବରାଦ ହେବ ବୋଲି ସୂଚନା ମିଳିଛି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହିତ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ବ୍ଳକ ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲାପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ସମାଜସେବୀ ସୂର୍ଯ୍ୟନାରାୟଣ ଚୌଧୁରୀ, ବିଭୁପ୍ରସାଦ ସାହୁ, ପୂଜକ ପରିଷଦ ସଭ୍ୟ ଓ ସଭାପତି ପ୍ରଫୁଲ୍ଲ ମହାପାତ୍ର, ସୁଆର ସେବକ ସଭ୍ୟ ଓ ସଭାପତି ସୁବ୍ରତ ପଣ୍ଡା, ଦେବତର ମ୍ୟାନେଜର ତାପସ ପଟ୍ଟନାୟକ, ଜିତେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault