ହେଡଲାଇନସ୍:

ତିତଲି  ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବଡ଼ଚଣା (ପ୍ରଫୁଲ୍ଲ କୁମାର ସାହୁ): ସମ୍ଭାବ୍ୟ ବାତ୍ୟା "ତିତଲି' ଆଶଙ୍କାରେ ଲୋକେ ଏକପ୍ରକାର ଆତଙ୍କିତ ହୋଇପଡ଼ିଥିଲେ । ଯଦିଓ ବାତ୍ୟା ଆଶଙ୍କା ଟଳିଯାଇଛି ତଥାପି ଏହାର ପ୍ରଭାବରେ ବଡ଼ଚଣା ବ୍ଲକର ବିଭିନ୍ନ ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ ଛତିଆ, ବନ୍ଦାଳ, ବରୀ, କାଇମାଟିଆ, କାଇପଡ଼ା, ଶାଳପଡ଼ା, କୋଲାଶିଆ, ଦର୍ପଣୀ, ଭୁଷୁଣ୍ଡପୁର, ବାଲିଚନ୍ଦ୍ରପୁର ଆଦି ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ମାଟିଘର ଭୁଶୁଡ଼ି ପଡ଼ିଥିବାବେଳେ ରାସ୍ତାରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଥିବାରୁ ବିଦୁ୍ୟତ ସରବରାହ ବନ୍ଦ ରହିଛି । ତିତ୍ଲି ପ୍ରଭାବରେ ଏବେବି ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗୁରୁବାର ରାତିରୁ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗିରହିଛି । ବିଦୁ୍ୟତ ସେବା ବ୍ୟାହତ ହେତୁ ବିଭିନ୍ନ ସେବା ବାଧାପ୍ରାପ୍ତ ହୋଇଛି ।

0
0
0
s2sdefault