ହେଡଲାଇନସ୍:

ତିତଲିର କ୍ଷୟକ୍ଷତି ନେଇ ରାଜନାଥ ସିଂହଙ୍କୁ ସାକ୍ଷାତ କଲେ ଧର୍ମେନ୍ଦ୍ର : ଏନଡିଆରଏଫ ସକ୍ରିୟତାର ସହିତ କାର୍ଯ୍ୟ କରିଥିବାରୁ  ଗୃହମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ବିପର୍ଯ୍ୟୟ ପରିଚଳନା ସମେତ ପୁନଃ ନିର୍ମାଣ ଓ ପୁନଃ ଥଇଥାନ କାମରେ କେନ୍ଦ୍ର ସରକାର ରାଜ୍ୟକୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବ - ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ ଭୁବନେଶ୍ୱର, - ରାଜ୍ୟରେ ସାମୁଦ୍ରିକ ଝଡ଼ ତିତଲିର କ୍ଷୟକ୍ଷତି ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ନୂଆଦିଲ୍ଲୀଠାରେ ସାକ୍ଷାତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାତ୍ୟା ତିତଲି ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶା ସମ୍ବନ୍ଧରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସେ ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟରେ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନଡିଆରଏଫ) ଓଡ଼ିଶାର ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସକ୍ରିୟତାର ସହିତ କାର୍ଯ୍ୟ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ । ରାଜ୍ୟର ଆବଶ୍ୟକତା ଅନୁସାରେ ବିପର୍ଯ୍ୟୟ ପରିଚଳନା ସମେତ ପୁନଃ ନିର୍ମାଣ ଓ ପୁନଃ ଥଇଥାନ କାମରେ କେନ୍ଦ୍ର ସରକାର ରାଜ୍ୟକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ସାମୁଦ୍ରିକ ଝଡ଼ ତିତଲି ଓଡ଼ିଶାରେ ଅଧିକ କ୍ଷୟ କ୍ଷତି ନ କରିବା ଦୁର୍ଗାପୂଜା ଅବ୍ୟବହିତ ପୂର୍ବରୁ ମା ଦୁର୍ଗା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର କରୁଣା ବୋଲି କହିଛନ୍ତି । ବାତ୍ୟାର ପ୍ରକୋପ ନଥିଲେ ମଧ୍ୟ ଆଗାମୀ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜନସାଧାରଣ ସତର୍କ ରହିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

0
0
0
s2sdefault