ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ଉତ୍ସବର ଶୁଭାରମ୍ଭ ହୋଇଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ସମ୍ମାନୀତ ଅତିଥି ରୂପେ ପାରଳାଖେମୁଣ୍ଡି ୧୫ ନଂ ଓ୍ବାର୍ଡ କାଉନସିଲର ଶ୍ରୀଯୁକ୍ତ ସୁରଜିତ ତ୍ରିପାଠୀ ଯୋଗ ଦେଇଥିଲେ।
ଆୟୋଜିତ ଉତ୍ସବରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଅଧ୍ୟକ୍ଷତା କରିବା ସହ ତାଙ୍କ ବକ୍ତବ୍ୟରେ ଛାତ୍ରୀମାନଙ୍କ ପାଇଁ ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନିର୍ମଳା ସେଠୀ କ୍ରୀଡାର ଉପକାରିତା ଉପରେ ନିଜ ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ସୁରଜିତ ତ୍ରିପାଠୀ ଛାତ୍ରଛାତ୍ରୀଙ୍କ କଲ୍ୟାଣ ନିମିତ୍ତ ସରକାରୀ କାର୍ଯ୍ୟକ୍ରମ ଆଦିର ଗୁରୁତ୍ବ ଦର୍ଶାଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ କ୍ରୀଡା ବିଭାଗର ମୁଖ୍ୟ ଡଃ ମହେନ୍ଦ୍ର ରଇତ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ଦିନର କାର୍ଯ୍ୟକ୍ରମରେ ୨୫୦ ଜଣରୁ ଉର୍ଦ୍ଧ୍ୱ ଦୌଡ଼ , ପୁଟିଙ୍ଗ ସଟ୍ , ଡିସକସ୍ ଥ୍ରୋ , ଲଙ୍ଗ ଜମ୍ପ୍ , ହାଇ ଜମ୍ପ୍ ଆଦି ଖେଳର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପକ ଡଃ ବାଗ୍ମୀ ରଂଜନ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି କ୍ରୀଡା ପ୍ରତିଯୋଗିତାର ଦ୍ୱିତୀୟ ଦିବସର କ୍ରୀଡା ପ୍ରଶିକ୍ଷିକା ଶ୍ରୀମତି ବିଜୟ ଲକ୍ଷ୍ମୀ ପଣ୍ଡା , କ୍ରୀଡା ବିଭାଗର ମୁଖ୍ୟ ଡଃ ମହେନ୍ଦ୍ର ରଇତ , ଡଃ ବାଗ୍ମୀ ରଂଜନ , ତ୍ରିଲୋଚନ ବାରିକ , ବି.ରଜନୀ , ସଂଯୁକ୍ତା ପାତ୍ର , ନୋଡାଲ୍ ଅଫିସର ଶ୍ରୀମତି ସୋଫିଆ ମଣ୍ଡଳ ଆଦିଙ୍କ ତତ୍ତ୍ଵାବଧାନରେ ୩୦୦ ଜଣରୁ ଉର୍ଦ୍ଧ୍ୱ ଛାତ୍ରୀ ମାନେ ୨୦୦ମି.ଦୌଡ଼ , ରିଲେ ରେସ୍ , କବାଡ଼ି , ଖୋ-ଖୋ ଆଦି ପ୍ରତିଯୋଗିତାରେ ରେ ଅଂଶ ଗ୍ରହଣ କରିଥିଲେ।
ରାଜ୍ୟ
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ଉତ୍ସବର ଶୁଭାରମ୍ଭ
- Hits: 201








