ହେଡଲାଇନସ୍:

ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ତରଫରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଓଡିଶା ସରକାରଙ୍କ ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଡ଼ଃ ରଞ୍ଜନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବି ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ନୋଡାଲ ଅଫିସର ଡ଼ଃ ପ୍ରଦ୍ୟୁମ୍ନ କୁମାର ସାହୁ, ଏସ. ରାଜେଶ୍ୱର ପୃଷ୍ଟି, ଅଧ୍ୟାପକ ବୀରେନ୍ଦ୍ର ନାଥ ମହାପାତ୍ର, ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ଯୋଗଦେଇଥିଲେ। ଶେଷରେ ଅଧ୍ୟାପକ ଦୁଃଖିଶ୍ୟାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault