ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ କ୍ରୀଡା ଉତ୍ସବ ପ୍ରତିଯୋଗିତା ଅଧକ୍ଷ ଶ୍ରୀ ଲଳିତମୋହନ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ଏହି ଅବସରରେ ଯୁକ୍ତ ଦୁଇ ଏବଂ ତିନି ଛାତ୍ରଛାତ୍ରୀ ଦୌଡ଼, ସର୍ଟ ଫୁଟ୍, ଡ୍ଡିସ୍କସ ଥ୍ରୋ, ଜେବଲିନ ଥ୍ରୋ, ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଶତାଧିକ ଛାତ୍ର ଅଂଶଗ୍ରହଣ କରିଥିଲେ। ଉଦଯାପନୀ ସମାରୋହର ଆରମ୍ଭରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ଏହା ପରେ ପ୍ରାଧ୍ୟାପକ ଡ଼ଃ ବିରଞ୍ଚି ସାହୁ ଅତିଥି ପରିଚୟ ଦେଇଥିଲେ। ଏହି ସମାରୋହରେ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ବିଭୁତି ଭୋଇ ଏବଂ ଅବସର ପ୍ରାପ୍ତ ଖେଳ ଶିକ୍ଷକ ସଚ୍ଚିଦାନନ୍ଦ ବହିଦାର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ସମସ୍ତ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ। ଏହା ପରେ ପରେ କ୍ରୀଡା ପ୍ରତିଯୋଗିତାର ନୋଡାଲ ଅଫିସର ଶ୍ରୀ ନବକୃଷ୍ଣ ମିଶ୍ର, ଉପସଭାପତି ଶ୍ରୀ ସଦାନନ୍ଦ ଭୋଇ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇ ଉତ୍ସାହିତ କରିଥିଲେ।
ସଭା ଶେଷରେ ଡ଼ଃ ସରୋଜ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପ୍ରତିଯୋଗିତାରେ ଚନ୍ଦ୍ରମଣି ସାହୁ, ଜଗନ୍ନାଥ ସାହୁ, ହରେକୃଷ୍ଣ ବେହେରା, କ୍ଷିରୋନ୍ଦ୍ର ଦାସ, ଅଶୋକ ସାହୁ ଏବଂ ରାମକୃଷ୍ଣ ବାରିକ ଇତ୍ୟାଦି ଖେଳ ଶିକ୍ଷକ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାରେ ଶ୍ରୀ ନବକୃଷ୍ଣ ମିଶ୍ର , ଡ଼ଃ ସରୋଜ ନାଏକ, ଡ଼ଃ ତୁଷାରକାନ୍ତ ସାହୁ, ଶ୍ରୀ ପ୍ରମୋଦ କୁମାର ତ୍ରିପାଠି, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ପ୍ରଭାତ ମହାପାତ୍ର,ଶ୍ରୀମତୀ ଶର୍ମିଳା ପଣ୍ଡା, ଶ୍ରୀମତୀ ବୁନୀ ସାହୁ, ଶ୍ରୀ ଜୟ କୁମାର ଭୁଏ, ଶ୍ରୀ ସଞ୍ଜୟ ଟିଗା, ଦେବାଶିଷ ସାହୁ, ଓମପ୍ରକାଶ ସତନାମୀ, ପୂର୍ଣ୍ଣ ଚନ୍ଦ୍ର ମିରିଗ, ବିଶ୍ୱରଞ୍ଜନ ପାତ୍ରଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।
ରାଜ୍ୟ
ଅଞ୍ଚଳ ମହାବିଦ୍ୟାଳୟ ରେ କ୍ରୀଡା ପ୍ରତିଯୋଗିତା
- Hits: 221








