ହେଡଲାଇନସ୍:

ଡା. ବିଷ୍ଣୁ ପାଣିଗ୍ରାହୀ କିମ୍ସର ନୂଆ ସିଇଓ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, : କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ)ର ନୂତନ ସିଇଓ ଭାବେ ଖ୍ୟାତି ସଂପନ୍ନ ଡାକ୍ତର ବିଷ୍ଣୁ ପାଣିଗ୍ରାହୀ ଯୋଗ ଦେଇଛନ୍ତି । କିମ୍ସରେ ଯୋଗଦାନ ପୂର୍ବରୁ ଡାକ୍ତର ପାଣିଗ୍ରାହୀ ଦିଲ୍ଲୀସ୍ଥିତି ଫର୍ଟିସ୍ ହେଲ୍ଥ କେୟାରର ମେଡିକାଲ୍ ଷ୍ଟ୍ରାଟେଜୀ ଓ ଅପରେସନ୍ ଗ୍ରୁପ୍ ହେଡ୍ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ସେ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍ ଓ ମାକ୍ସ ଆଦି ପ୍ରସିଦ୍ଧ ଚିକିତ୍ସାଳୟରେ ଦାୟିତ୍ୱ ନିର୍ବାହ କରିଛନ୍ତି । ଓଡ଼ିଶାରୁ ଡାକ୍ତରୀ ଶିକ୍ଷା ଲାଭ ପରେ ଦୀର୍ଘ ୨୫ ବର୍ଷ ଧରି ଦେଶର ବିଭିନ୍ନ ଖ୍ୟାତି ସଂପନ୍ନ ଚିକିତ୍ସାଳୟରେ କାର୍ଯ୍ୟ କରିବା ପରେ ସେ ଏବେ କିମ୍ସରେ ଯୋଗ ଦେଇଛନ୍ତି । କାର୍ଡିଆକ ଆନାସ୍ଥେସିଆ ଉପରେ ଦୀର୍ଘ ୧୨ ବର୍ଷ କାଳ ଅଧ୍ୟାପନା କରିବା ସହ ତାଙ୍କ ଲିଖିତ ପୁସ୍ତକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜର ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି । ଡା ପାଣିଗ୍ରାହୀ ନିଉଜିଲାଣ୍ଡ ଡୁନେଦିନ୍ ହସ୍ପିଟାଲ୍, ଓଟୋଗୋ ମେଡିକାଲ୍ ସ୍କୁଲ୍ରେ କାର୍ଡିଆକ୍ ଆନାସ୍ଥେସିଓଲୋଜି ଓ କି୍ରଟିକାଲ୍ କେୟାର ଉପରେ ଅଧିକ ଶିକ୍ଷାଲାଭ କରିଛନ୍ତି । ସ୍ୱାସ୍ଥ୍ୟସେବା ପରିଚାଳନା କ୍ଷେତ୍ରରେ ଡା. ବିଷ୍ଣୁ ପାଣିଗ୍ରାହୀଙ୍କର ଯଥେଷ୍ଟ ଦକ୍ଷତା ଓ ଅଭିଜ୍ଞତା ରହିଛି ।

0
0
0
s2sdefault