ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ସରକାରୀ ଯୋଜନା ସଚେତନତା କାର୍ଯ୍ୟକ୍ରମ ଓ ଓଡିଶା ଲୋକସେବା ଅଧିକାର ଅଧିନିୟମ ସମ୍ପର୍କିତ ପ୍ରଶିକ୍ଷଣ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଗଜପତି ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାମାନଙ୍କୁ ଅବଗତ କରାଇବା ନେଇ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ସରକାରୀ ଯୋଜନା ସଚେତନତା କାର୍ଯ୍ୟକ୍ରମ ଓ ଓଡିଶା ଲୋକସେବା ଅଧିକାର ନିୟମ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ବ୍ୟବସ୍ଥାପନା ବିଭାଗ ଡେପୁଟି କଲେକ୍‍ଟର ସିମାଞ୍ଚଳ ମହାନ୍ତିଙ୍କ ସଭାପତିତ୍ୱରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ବହୁଯୋଜନା ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଛି ହେଲେ ଗ୍ରାମାଞ୍ଚଳରେ ଅଧିକାଂଶ ଗରିବ, ନିରିହ, ଅଶିକ୍ଷିତ, ଅସଚେତନତା ଯୋଗୁଁ ସରକାରୀ ଯୋଜନା ସମ୍ପର୍କରେ ସମ୍ପୁର୍ଣ୍ଣ ଅବନାତେଣୁ ବିଭିନ୍ନ ସରକାରୀ ଯୋଜନା ଉପରେ ନିର୍ବାଚିତ ଲୋକ ପ୍ରତିନିଧି ମାନେ ନିଶ୍ଚିତ ଭାବେ ସରକାରୀ ଯୋଜନା ଏବଂ ସରକାରୀ ବିଭଗୀୟ କାର୍ଯ୍ୟାଳୟ ଉପରେ ସଂପୁର୍ଣ୍ଣ ଅବଗତ ହେଲେ ହିଁ ଗ୍ରାମାଞ୍ଚଳରେ ସରକାରୀ ଯୋଜନା ଗୁଡିକ ସଫଳରୁପାୟନ ହୋଇ ଅଞ୍ଚଳବାସୀ ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିସର୍ଚ୍ଚ ପରସନ ଭାବେ ଭୁବନେଶ୍ୱର ସ୍ଥିତ ଲୋକସେବା ଅଧିକାର ଅଧିନିୟମ ବିଭାଗର ବରିଷ୍ଠ କାର୍ଯ୍ୟକ୍ରମ ସଂଯୋଜିକା ମଞ୍ଜୁଳା ଆଚାର୍ଯ୍ୟ ଏବଂ ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ସିଦ୍ଧାନ୍ତ ଶେଖର ପଣ୍ଡା ଯୋଗଦେଇ ଲେକସେବା ଅଧିକାର ଅଧିନିୟମର ବିଭିନ୍ନ ଦିଗ ଉପରେ ବୁଝାଇ ସଚେତନତା କରାଇଥିଲେ । ଏହି କାର୍ଯକ୍ରମର ଅଧିନିୟମର ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ପ୍ରାରମ୍ଭିକ ସୁଚନା ଦେଇଥିବା ବେଳେ ଜିଲ୍ଲା ପରିଷଦ ଉପାଧକ୍ଷ୍ୟ ଆର. ବିଜୟ କୁମାର, କାଶୀନଗର ବ୍ଲକ ଅଧକ୍ଷ୍ୟ ଚିତ୍ରି ସିମାଦ୍ରୀ ପ୍ରମୁଖ ମଞ୍ଚାସୀନ ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା , ଶିକ୍ଷାଗତ ଅଧିକାରୀ, ମନେରଗା ଯୋଜନା, ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠି, ହରିଶ୍ଚନ୍ଦ୍ର ଯୋଜନା,ସ୍ୱାସ୍ଥ୍ୟ ସେବା, ମତ୍ସ୍ୟ ଓ ପ୍ରାଣୀ ସଂପଦ,କୃଷି ଓ ଉଦ୍ୟାନ, ଜଳ ଓ ପରିମଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଉପରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ସେମାନଙ୍କ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ନିଜାରତ ଅଧିକାରୀ ଚିତ୍ତରଞ୍ଜନ ଅଧିକାରୀ ଚିତ୍ତରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ ।  

0
0
0
s2sdefault