ହେଡଲାଇନସ୍:

ସାମାଜିକତାକୁ ବଜାୟ ରଖିବାକୁ ବ୍ରଜବିହାରୀ ଙ୍କର ସାହିତ୍ୟର ଆବଶ୍ୟକତା ରହିଛି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ନିରୋଜ ମିଶ୍ର - ଆଜିର ସମୟରେ ସମାଜ କ୍ରମଶଃ ଭାଙ୍ଗିପଡୁଥିବା ବେଳେ ସମାଜକୁ ଦିଗ୍‌ଦର୍ଶନ ଦେବା ପାଇଁ ସମର୍ଥ ସାହିତ୍ୟର ଆବଶ୍ୟକତା ରହିଛି । କାରଣ ସମର୍ଥ ସମାଜ ତିଆରିବାକୁ ଏକ ସାରସ୍ବତ ପ୍ରଜ୍ଞାଲୋକ ଜରୁରୀ । ବେଦବିଦ୍ବାନ ସାରସ୍ବତ ସାଧକ ବ୍ରଜବିହାରୀ ଙ୍କର ସାହିତ୍ୟର ସେଇ ସମର୍ଥତା ରହିଥିବାରୁ ଆଜିର ବାଟ ଭୁଲି ଯାଇଥିବା ସମାଜକୁ ସଠିକ୍ ବାଟ ଦେଖେଇବାକୁ,ସୁସ୍ଥ ସମାଜ ଗଠନ କରିବାକୁ ତାଙ୍କ ସାହିତ୍ୟର ପଠନ ,ଅଧ୍ୟୟନ ଓ ମନ୍ଦିର ର ଆବଶ୍ୟକତା ରହିଛି ବୋଲି ତାଙ୍କ 99 ତମ ଜୟନ୍ତୀ ଦିବସ ପାଳନ ଅବସରରେ ବହୁ ବିଶିଷ୍ଟ ବକ୍ତା ମତ ପ୍ରକାଶ କରିଛନ୍ତି । ଶଶିଭୂଷଣ ପୁରୋହିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ପ୍ରଫେସର ମଧୁସୂଦନ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରଜବିହାରୀଙ୍କର ସାହିତ୍ୟର ଆଲୋଚନା କରିଥିଲେ ଗବେଷକ ଡଃ.ପ୍ରଦୀପ କୁମାର ଦାଶ ,ଡଃ. ଭବାନୀଶଂକର ପଟେଲ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ସନ୍ତୋଷ କୁମାର ରଥ । ସାମ୍ବାଦିକ ଗୋପବନ୍ଧୁ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ଅର୍ପଣ ଘୋଷ ସ୍ବାଗତ ଭାଷଣ ଦେଇ ବ୍ରଜବିହାରୀ ଙ୍କର ସାହିତ୍ୟର ପ୍ରଚାର ସହିତ ଆସନ୍ତା ବର୍ଷ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ ଭିନ୍ନ ଭାବରେ କରିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ସନ୍ଦୀପ କୁମାର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault