ହେଡଲାଇନସ୍:

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ଅଶୋକ ସାହୁ (ଶାସକ ପ୍ରଶାସକ): ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସିଡିପିଓ ମନୋରମା ମାଝୀ ଯୋଗଦେଇ ଏଡ଼ସର ଲକ୍ଷଣ ଓ କିପରି ଭାବେ ଏହାର ଦୂରୀଭୂତ କରାଯାଇପାରିବ ଆଲୋଚନା କରିଥିଲେ | ସମାନୀତ ଅତିଥି ଭାବେ ଜିଲ୍ଲା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ବିନୋଦ ବିହାରୀ ପ୍ରଧାନ ଯୋଗଦେଇ ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ | ଏଥିରେ ଯୁବ ରେଡକ୍ରସ ସଂଯୋଜିକା ଡ଼କ୍ଟର ସଂଯୁକ୍ତା ପଣ୍ଡା ଯୋଗଦେଇ ଏଡ଼ସରୁ କେମିତି ନିଜେ ବଞ୍ଚିବା ସହିତ ସମାଜରେ କିପରି ଛାତ୍ରୀମାନେ ପ୍ରଚାର ପୂର୍ବକ ଦୂର କରିବେ ତାର ଆଲୋଚନା କରିଥିଲେ | ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସୁନୀତା ପାତ୍ର କାର୍ଯ୍ୟକ୍ରମର ମହତ୍ୱ ଅବଗତ କରାଇବା ସହିତ ଅତିଥି ଓ ସ୍ବେଛାସେବୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜୁଷା କୁମାରୀ ପ୍ରହରାଜ, ନୃପେନ୍ଦ୍ରନାଥ ଖୋସଲାଙ୍କ ସମେତ ବହୁ ଛାତ୍ରୀ ଉପସ୍ଥିତ ଥିଲେ |

0
0
0
s2sdefault