ହେଡଲାଇନସ୍:

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଘାଟିତ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁର ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ‌ଓ ସ୍କୁଲ ଅଫ୍ ସାଇନ୍ସର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଆଜି ‌" ଆଲୋକୀୟ ପଦାର୍ଥ ଏବଂ ଆଲୋକ କଣିକା ବିଜ୍ଞାନ -ଅଗ୍ରଣୀ ପଦାର୍ଥ ବିଜ୍ଞାନର ଏକ ଦିଗନ୍ତ‌" ବିଷୟରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ଅଧୀନରେ ଥିବା ସାଇନ୍ସ ଆଣ୍ଡ ଇଂଜିନିୟରିଂ ରିସର୍ଚ୍ଚ ବୋର୍ଡ଼ ଏବଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ପକ୍ଷରୁ ପ୍ରୋଯୋଜିତ ଉଦ୍ଘାଟନୀ ସମ୍ମିଳନୀରେ ବିଶ୍ଵବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ଅର୍ଥଶାସ୍ତ୍ର ଓ ପଦାର୍ଥ ବିଜ୍ଞାନର ସମନ୍ଧ ଓ ସ୍ୱଳ୍ପ ସମ୍ବଳ ବ୍ୟବହାର କରି ଅଧିକ ସଫଳତା ପାଇବା ପାଇଁ ଚେଷ୍ଟା କରିବା ପାଇଁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଡିନ୍ ଡ଼ଃ ଏ ବି ଶ୍ରୀନିବାସ ରାଓ ବିନା ପରିଶ୍ରମରେ ସଫଳତା ଅସମ୍ଭବ ବୋଲି କହିଥିଲେ।
ସମ୍ମିଳନୀର ଆବାହକ ଡ଼ଃ ବିଶ୍ୱଜିତ୍ ଦଳାଇ ସ୍ୱାଗତ ଭାଷଣ ଦେଇ ସମ୍ମିଳନୀର ପ୍ରାଧାନ୍ୟତା ବିଷୟରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ଆଇ ଆଇ ଟି ଦିଲ୍ଲୀର ପ୍ରଫେସର ଡଃ ଦୀପକ୍ ଜୈନ ଓ ଡ଼ଃ ରିତ୍ବିକ୍ ଦାସ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ୍ ପ୍ରଫେସର ଡଃ ସୁକାନ୍ତ କୁମାର ତ୍ରିପାଠୀ, କଲିକତା ସ୍ଥିତ ସି.ଏସ୍. ଆଇ. ର ର ମୁଖ୍ୟ ବୈଜ୍ଞାନିକ ଡ଼ଃ ଅନି୍ରବା‌ଣ ଧର, ଏନ୍.ଆଇ.ଟି ରାୟପୁରର ପ୍ରଫେସର ଡଃ ବି.ଏନ.ପଟ୍ଟନାୟକ, ସମ୍ବଲପୁର ସ୍ଥିତ ସୁଟ୍ ର ପ୍ରଫେସର ଡଃ କେ.ସି.ପାତ୍ର, ଆଇ.ଆଇ.ଟି ମାଡ୍ରାସ୍ ର ପ୍ରଫେସର ଡଃ ଆର୍.ଏଲ୍.ଗରଦାସ୍, ଆଇ.ଆଇ.ଟି ଭୁବନେଶ୍ୱରର ପ୍ରଫେସର ଡଃ ରାଜନ୍ ଝା, ଆଇ.ଆଇ.ଟି ଖଡ଼ଗପୁରର ପ୍ରଫେସର ଡଃ ପି.ଆର.ଚଉଧୁରୀ ପ୍ରମୁଖ ଯୋଗଦେଇ ବିଭିନ୍ନ ସନ୍ଦର୍ଭ ମାନ ଉପସ୍ଥାପନା ଏବଂ ପଦାର୍ଥ ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନର ଆଧୁନିକ ଗବେଷଣା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଵିଶ୍ଵବିଦ୍ୟାଳୟ ର ସ୍ନାତକୋତ୍ତର ବିଭାଗ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଵିଶ୍ଵବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମ୍ମିଳନୀରେ ଅନୁଷ୍ଠାନ ର ଅଧ୍ୟାପକ, ଅଧ୍ୟାପିକା,ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଅଧ୍ୟାପିକା ଘନିଷ୍ଠା ପୃଷ୍ଟି ମଞ୍ଚପରିଚାଳନା କରିଥିଲେ। ପରିଶେଷରେ ସହ ଆବାହକ ଡ଼ଃ ତୁଷାରକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥଲେ।

 

0
0
0
s2sdefault