ହେଡଲାଇନସ୍:

କସ୍ତୁରୀ ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ହେବେ ନାଟ୍ୟ ପ୍ରତିଭା......

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲାରେ ହେବାକୁ ଥ‌ିବା ନାଟ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀର ସାଂସ୍କୃତିକ ମହୋତ୍ସବରେ ରାଜ୍ୟର ବିଶିଷ୍ଟ ନାଟ୍ୟକାର ଶଙ୍କର ପ୍ରସାଦ ତ୍ରିପାଠୀ, ବିଶିଷ୍ଟ ମଞ୍ଚ ଓ ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି ୨୦୨୩ କସ୍ତୁରୀ ସମ୍ମାନରେ ଓ ରାଉରକଲାର ଭାସ୍କର ଚନ୍ଦ୍ର ମହାପାତ୍ର ଶ୍ରେଷ୍ଠ ଆୟୋଜକ ଭାବରେ ସମ୍ମାନିତ ହେବେ । ଓଡିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଶ୍ରୀ ତ୍ରୀପାଠୀ ଏକାଧାରରେ ଜଣେ ଦକ୍ଷ ସିନେ ଓ ମଞ୍ଚ ନାଟକର ଲେଖକ ହୋଇଥିବା ବେଳେ ଶ୍ରୀ ମହପାତ୍ର ମଧ୍ଯ ଏନଏସଡି ଏବଂ ସଙ୍ଗୀତ ନାଟକ ଏକାଡେମୀ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ସୁଚାରୁରୂପେ ସମ୍ପାଦନା କରି ଲୋକଲୋଚନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଶ୍ରୁମୋଚନ ମହାନ୍ତି ମଧ୍ଯ ନାଟକ ଓ ସିନେମା ଜଗତର ସୁଦକ୍ଷ କଳାକାର ରୂପେ ସୁନାମ ଅର୍ଜନ କରିଛନ୍ତି। ନିକଟରେ ତାଙ୍କର ଅଭିନୀତ ଓଡ଼ିଆ ସିନେମା "ପୁଷ୍କରା" ଓଡିଶା ରେ ଖୁବ୍ ଚହଳ ସୃଷ୍ଟି କରିପାରିଛି। ଆସନ୍ତା ଡିସେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥ‌ିବା ଏହି ମହୋତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ତିନିଦିନ ଧରି ଏହି କାର୍ଯ୍ୟକ୍ରମରେ ବିଷୟ ଭିତ୍ତିକ ସ୍ମରଣିକା "ବାପାଙ୍କୁ କାନ୍ଦିବା ମନା" ର ଉନ୍ମୋଚନ ହେବା ସହ ସେକ୍ଟର ୭ ମୁକ ବଧିର ବିଦ୍ୟାଳୟ ର ପିଲା ମାନଙ୍କ ଦ୍ବାରା ଗଣେଶ ବନ୍ଦନା ଓ କ୍ଷୁଦ୍ର ନାଟକ"ଶେଷ ପରିଣାମ", ସେକ୍ଟର ୧୬ ମାନସିକ ଓ ଭିନ୍ନକ୍ଷମ ଅନୁଷ୍ଠାନ ଦ୍ବାରା କ୍ଷୁଦ୍ର ନାଟକ "ପ୍ରଯୁକ୍ତିର ପକ୍ଷୀ" , ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟଳୟ ଲାଠିକଟା ଦ୍ବାରା କ୍ଷୁଦ୍ର ନାଟକ "ଆମେ ହେବୁ ସଚେତନ" ଓ ସାନ୍ତାଳୀ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସାନ୍ତାଳୀ ଲୋକନୃତ୍ୟ ଓ ଦନ୍ତା ନୃତ୍ୟ, ଏକ ସାମାଜିକ ସଚେତନ କାର୍ଯ୍ୟକ୍ରମ "ମୁଁ ବି କିଛି କହିବି", ସମ୍ପର୍କ ରାଉରକେଲା ଦ୍ବାରା ଭାସ୍କର ମହାପାତ୍ରଙ୍କ ନାଟକ "ଅନାମର ଆତ୍ମଲିପି", ମୁଣ୍ଡାରି ୟୁଥ୍ ଆସୋସିଏସନ୍ ଦ୍ବାରା ମୁଣ୍ଡା ଭାଷା ର ନୃତ୍ୟ ଓ ନାଟକ "କରମା ପୂଜା" ଓ ଉଦଯାପନୀ ସଂଧ୍ୟାରେ କସ୍ତୁରୀ ସମ୍ମାନ ପ୍ରଦାନ ସହିତ ଡକ୍ଟର ସଞ୍ଜୟ ହାତୀଙ୍କ ଦ୍ଵାରା ଲିଖିତ ନାଟକ "ଡିଜିଟାଲ ସ୍ବର୍ଗ" କସ୍ତୁରୀର କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ କରାଯିବ ବୋଲି କସ୍ତୁରୀ ସାଧାରଣ ସମ୍ପାଦକ ରାଧାଶ୍ୟାମ ମହାନ୍ତି ସୂଚନା ଦେଇଛନ୍ତି।

0
0
0
s2sdefault