ରାଉରକେଲା, (ବସନ୍ତ କୁମାର ଜେନା): ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଆସନ୍ତା ୨ ଓ ୩ ତାରିଖ ଦିନ ଦାଣ୍ଡିଆପାଲିର ପଞ୍ଚମ ରେଷ୍ଟ ହାଉସ ଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସମ୍ମିଳନୀର ଅଭ୍ୟର୍ଥନା କମିଟିର ସଦସ୍ୟ ସୁଚିସ୍ମିତା ବିଶ୍ଵାସ, ରାଉରକେଲା ଶାଖା ର ସଭାପତି ପ୍ରଶାନ୍ତ କୁମାର ସୋମ, କାର୍ଯ୍ୟକ୍ରମର ସଂଯୋଜକ ଦିଲ୍ଲିପ କୁମାର ଭୁଇ ଓ ସାଂସ୍କୃତିକ ସଂଗଠନ ସଦସ୍ୟ ଡ଼ଃ ଅଞ୍ଜନା ମୈତ୍ର ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଏହି ସମ୍ମିଳନୀରେ ୯ଟି ଶାଖାର ପ୍ରତିନିଧି ମଣ୍ଡଳୀ ଯୋଗଦେବେ। ୨ ତାରିଖ ଦିନ ଜାତୀୟ ପତାକା ସହ ସମ୍ମିଳନୀର ପତାକା ଉତ୍ତୋଳନ କରାଯିବ। ଏହି କାର୍ଯ୍ୟକ୍ରମରେ ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶା ଶାଖାର ସଭାପତି ମୈତ୍ରୀ ଘୋଷ, ସମ୍ପାଦକ ଆଶିଷ ଗୁପ୍ତା, ସର୍ବଭାରତୀୟ ଉପସଭାପତି ମୈତ୍ରୀ ଭଟ୍ଟାଚାର୍ଯ୍ୟ, ସାଧାରଣ ସମ୍ପାଦକ ଅନୀଲ କୁମାର ଧଳ, ସାହିତ୍ୟିକ ଶୁଭଦାସ ଗୁପ୍ତା ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ଆରଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୈ।ମିକ, ରାଜଗାଙ୍ଗପୁର ବିଧାୟକ ଡା ସିଂ ଏସ ରାଜନ ଏକ୍କା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁସ୍ତକ 'ଶଙ୍ଖ' ଉନ୍ମୋଚିତ ହେବ। ୩ ତାରିଖ ସକାଳ ସାଢେ଼ ୭ଟାରେ ଦାଣ୍ଡିଆପାଲୀରୁ ପ୍ରଭାତ ଫେରି ବାହାରି ବେଦବ୍ୟାସର ତ୍ରିବେଣୀ ସଙ୍ଗମ ପର୍ଯ୍ୟନ୍ତ ଯିବ। ଦିନ ୧୦ଟାରେ ସାହିତ୍ୟ ଚର୍ଚ୍ଚାରେ ମେହୁଆ ଦାସଗୁପ୍ତା,ଆଲୋକ ବନ୍ଧୋପଧ୍ୟାୟ,ଡ଼ଃ ଶୁଭ୍ରା ଚାଟାର୍ଜୀ ଯୋଗଦେଇ ଆଲୋଚନା କରିବେ। ସାଢେ଼ ୧୧ଟାରେ ବଙ୍ଗୀୟ ଚଳଚ୍ଚିତ୍ରରେ ବଙ୍ଗୀୟ ସାହିତ୍ୟର ପ୍ରଭାବ ଉପରେ ଚର୍ଚ୍ଚା ହେବ। ଏଥିରେ ସଭାପତି ଦୀପଙ୍କର ମୁଖୋପାଧ୍ୟାୟ, ଝରଣା କର, ଇନ୍ଦ୍ରଜିତ ଗୁପ୍ତା,ସମିତା ରକ୍ଷିତ ଯୋଗଦେବେ। ଏହାପରେ ବଙ୍ଗୀୟ ଭାଷା ସହିତ ଆଞ୍ଚଳିକ ଭାଷାକୁ ନେଇ ଏକ ଆଲୋଚନାଚକ୍ର କରାଯିବ। ଏହି ଆଲୋଚନାରେ ଡ଼ଃ ପ୍ରଭାତ କୁମାର ମଲ୍ଲିକ,ପି ବିଶ୍ବାସ, ରମେଶ ପାତ୍ର ପ୍ରମୁଖ ଯୋଗଦେବେ। ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ରାଜ୍ୟ
ଆସନ୍ତା ୨ ଓ ୩ରେ ବଙ୍ଗ ସାହିତ୍ୟ ସମ୍ମିଳନୀ.
- Hits: 241







