ହେଡଲାଇନସ୍:

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ କାର୍ଯ୍ୟକ୍ରମ..

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୨୦ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ଆଜି ଠାରୁ ଆରମ୍ଭ ହୋଇଥିଲା ବେଳେ ଏହା ଆସନ୍ତା ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। କେନ୍ଦ୍ରର ମୁଖ୍ୟ ବ୍ରହ୍ମକୁମାରୀ (ବିକେ) ଅଞ୍ଜଳୀ ଙ୍କ ଆବାହକତ୍ଵରେ ଆୟୋଜିତ ଏହି ଆଧ୍ୟାତ୍ମିକ ରହସ୍ୟ ପ୍ରବଚନ କାର୍ଯ୍ୟକ୍ରମରେ ବିହାରର ବେଗୁସରାୟ ରୁ ବ୍ରହ୍ମକୁମାରୀ କାଞ୍ଚନ ଦିଦି ଯୋଗଦେଇ ଭଗବତ କଥା ଆରମ୍ଭ କରିଛନ୍ତି। ବିକେ କାଞ୍ଚନ ଦିଦି ଶ୍ରୀମଦ୍ ଭଗବତ ଗୀତା ର ଗୁଢ ରହସ୍ୟ, ସର୍ବଶାସ୍ତ୍ର ଶିରୋମଣି ଭଗବତ ଗୀତା ଶ୍ରବଣର ମହତ୍ତ୍ୱ ଓ ଆତ୍ମଦର୍ଶନ ଉପରେ ଆଲୋଚନା କରିଥିଲେ। ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ କୁ ବୁଝି ଜୀବନକୁ ଆନନ୍ଦମୟ କରିବା ଲାଗି ସପରିବାରେ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି। ଆଜି ଅପରାହ୍ନ ୩ଟା ବେଳେ ସେକ୍ଟର ୨୦ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ଠାରୁ ୧୦୮ ବିକେ ଭଉଣୀ କଳସ ଯାତ୍ରାରେ ଯାଇ ଆମ୍ବାଗାନ ଦେଇ ପୁଣି ଆଶ୍ରମ କୁ ଫେରିଆସିଥିଲେ। ପରେ ବିକେ ବବି ଙ୍କ ମଞ୍ଚ ସଂଯୋଜନାରେ ବିକେ ଅଞ୍ଜଳୀ ସ୍ବାଗତ ଭାଷଣ ସହ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସିଆଇଏସଏଫ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ, ଯଶବିନ୍ଦର
କୈ।ର,ପ୍ରେମା ଦାସ, ଡାକ୍ତର ହରିଶ ଦାସ, ଗୀତାଞ୍ଜଳି ବେହେରା, ସସ୍ମିତା ପ୍ରଧାନ,ବିଶ୍ବଜିତା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଅବସରରେ ଗୁରୁ ଦେବ ପରମବ୍ରହ୍ମ ସଂଗୀତ ଗାନ ଓ ନୃତ୍ୟ ଶାନ୍ତି ଗୃପ ତରଫରୁ ଗଣେଶ ବନ୍ଦନା ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିକେ ସୀମା, ବିକେ ବବି ବିକେ ଅମୂଲ୍ୟ ଚକ୍ର, ବିକେ ଶ୍ବେତା,ବିକେ ବିକେ ବାଲେଶ୍ଵର,ବିକେ ଜୟଶ୍ରୀ,ବିକେ ସୁରେନ୍ଦ୍ର,ବିକେ ବିନୋଦିନୀ,ବିକେ ସନ୍ଧ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

0
0
0
s2sdefault