ରାଉରକେଲା, (ବସନ୍ତ କୁମାର ଜେନା): ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ରାଉରକେଲା ଶାଖା ପକ୍ଷରୁ ସେକ୍ଟର -୭ ବି/୪୦ ରାଉରକେଲାର ସିଅର କାର୍ଯ୍ୟାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଓଡିଶା ମହାସଂଘର ସଭାପତି ଯୋଗେନ୍ଦ୍ର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ହିନ୍ଦ୍ ମଜଦୁର ସଭା ର ରାଜ୍ୟ କାର୍ଯ୍ୟକାରି ସଭାପତି ତଥା ବିଜୁ ଶ୍ରମିକ ସାମୁଖ୍ୟ ର ରାଜ୍ୟ ଉପସଭାପତି ବୈଦ୍ୟନାଥ ଦାସ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ହିନ୍ଦ୍ ମଜଦୁର ସଭା ରାଜ୍ୟ ଉପସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦକ ପ୍ରମୋଦ କୁମାର ଦାସ, ପାଚକ ପାଚିକା ମହାସଂଘ କେନ୍ଦ୍ରୀୟ ସଂଯୋଜକ ନିରଞ୍ଜନ ପାତ୍ର ଓ ଅଙ୍ଗନବାଡି କର୍ମଚାରୀ ଓ ସହାୟକ ସାମୁଖ୍ୟ ର ଉପସଭାନେତ୍ରୀ ମନୋରମା ନନ୍ଦୀ ଯୋଗ ଦେଇଥିଲେ। ପାଚକ ପାଚିକା ମହାସଂଘ ର କୋଷାଧ୍ୟକ୍ଷ ତଥା ରାଉରକେଲା ସଂଘ ର ନେତ୍ରୀ ସଂଧ୍ୟାରାଣୀ ସ୍ଵାଇଁ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାସ ପାଚକ ପାଚିକା ମା ମାନଙ୍କ ର ବହୁବିଧ ଅସୁବିଧା ବିଷୟରେ ଅବଗତ ହେବା ସହ ଆଗାମୀ ଦିନମାନଙ୍କ ରେ କିପରି ସମସ୍ତ ପାଚକ ପାଚିକା ମା ମାନଙ୍କ ସମସ୍ତ ମୌଳିକ ଦାବି ପୂରଣ ହୋଇପାରିବ ସେଥିନିମନ୍ତେ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି କହିଥିଲେ। ଅନ୍ୟ ଅତିଥି ମାନେ ପାଚକ ପାଚିକା ମା ମାନଙ୍କୁ ମିଳିତ ଭାବେ ସଂଗଠିତ ହୋଇ ରହିବା ପାଇଁ ଆହ୍ୱାନ କରିଥିଲେ ଏବଂ ନିଜର ପେଟପାଟଣା ପାଇଁ ସମସ୍ତେ ଆଗେଇ ଆସିବାପାଇଁ ଅନୁରୋଧ କରିଥିଲେ। ରାଜ୍ୟ ସରକାର ମା ମାନଙ୍କ ପାଇଁ ବହୁ ସୁବିଧା ମାନ ଯୋଗାଇ ଦେଉଛନ୍ତି ତେଣୁ ମା ମାନେ ନିଜ ନିଜର ହକ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଗୁହାରି କରିବା ସହ ଦାବି ଉତ୍ଥାପନ କରିବା ପାଇଁ କହିଥିଲେ। କେନ୍ଦ୍ରୀୟ ସଂଯୋଜକ ଶ୍ରୀ ପାତ୍ର ଆଗାମୀ ୨୯ ଡିସେମ୍ବର ଭୁବନେଶ୍ୱର ଚାଲ ବୋଲି ସମସ୍ତ ପାଚକ ପାଚିକା ମା ମାନଙ୍କୁ ଅନୁରୋଧ ଏବଂ ନିବେଦନ କରିଥିଲେ। ବର୍ତ୍ତମାନ ରାଜ୍ୟ ବ୍ୟାପୀ ପାଚକ ପାଚିକା ମା ମାନଙ୍କୁ ନେଇ ସଭା ସମିତି କରାଯାଇ ଅନୁରୋଧ କରାଯାଉଛି। ତେଣୁ ରାଉରକେଲା ସହରର ସମସ୍ତ ପାଚକ ପାଚିକା ମା ମାନଙ୍କୁ ଆଗାମୀ ଡ଼ିସେମ୍ବର ୨୯ ତାରିଖ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଯୋଗଦାନ କରି ସହଯୋଗ କରିବା ପାଇଁ କହିଥିଲେ। ସଭାପତି ଶ୍ରୀ ସ୍ବାଇଁ ପାଚକ ପାଚିକା ମା ମାନଙ୍କୁ ସବୁ ସମୟରେ ସହଯୋଗ କରିବା ସହ ସେମାନଙ୍କ ମୌଳିକ ଅଧିକାର ଏବଂ ନ୍ୟାର୍ଯ୍ୟ ଦାବି କିପରି ହାସଲ ହୋଇପାରିବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାପାଇଁ କହିଥିଲେ। ଆଗାମୀ ୨୯ ଡିସେମ୍ବର ୫୦୦୦୦ ହଜାରରୁ ଉର୍ଦ୍ଧ୍ଵ ପାଚକ ପାଚିକା ମା ମାନେ ଯେପରି ଭୁବନେଶ୍ୱର କାର୍ଯ୍ୟକ୍ରମ ରେ ଯୋଗ ଦେଇ ପାରିବେ ସେଥିପାଇଁ ସମସ୍ତ ଙ୍କୁ ଚେଷ୍ଟା କରିବା ପାଇଁ ନିବେଦନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାସନ୍ତୀ ବାରିକ୍, ଲିଲି ପ୍ରଧାନ, ଅନ୍ନପୂର୍ଣ୍ଣା ଶତପଥୀ,ଫରିଦା ବେଗମ, ନିର୍ମଳା ମିଞ୍ଜ, ଜିନତ ଖାତୁନ,ବବି ସାଣ୍ଡିଲ,ମଞ୍ଜୁ ମହାପାତ୍ର, ମମତା ଜେନା ଆଲୋଚନା ରେ ଭାଗ ନେଇ ନିଜ ନିଜର ମତାମତ ଦେଇଥିଲେ ଏବଂ ଆଗାମୀ ଡ଼ିସେମ୍ବର ୨୯ ଭୁବନେଶ୍ୱର କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତେ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟ କରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଲିଜା ମହାରଣା, ମୋନାଲିସା ଲେଙ୍କା,ମୁକ୍ତା ଛତ୍ରିଆ ସହଯୋଗ କରିଥିଲେ। ଶତାଧିକ ପାଚକ ପାଚିକା ମା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଶେଷରେ ରାଉରକେଲା ସଂଘ ର ସଭାନେତ୍ରୀ ଅଞ୍ଜଳି ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଡିସେମ୍ବର ୨୯ ପାଚକ ପାଚିକା ମହାସଂଘ ପକ୍ଷରୁ ଭୁବନେଶ୍ଵର ଠାରେ ବିରାଟ ଗଣ ବିକ୍ଷୋଭ ଓ ଧାରଣା
- Hits: 204







