ହେଡଲାଇନସ୍:

ପ୍ରାକ୍ତନ ଜିଲ୍ଲାପାଳଙ୍କ ସ୍ମୃତିଚାରଣ ସଭା ଓ ସ୍ମରଣିକା ଉନ୍ମୋଚିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ବୋର୍ଡ଼ ଅଫ ରେଭେନ୍ୟୁ କାର୍ଯ୍ୟାଳୟର ସେବା ନିବୃତ୍ତ ରାଜସ୍ୱ ଆୟୋଗୀ ଏବଂ ସଚିବ ତଥା ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିବା ସ୍ୱର୍ଗତ ଗୋବିନ୍ଦ ସେଠୀଙ୍କ ଏକ ସ୍ମୃତିଚାରଣ ସଭା ଓ ତାଙ୍କ ସ୍ମୃତି ପାଇଁ ପ୍ରକାଶ ପାଇଥିବା ଏକ ସ୍ମରଣିକାର ଉନ୍ମୋଚିତ ହୋଇଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଞ୍ଚାୟତ କୁଳିଆ ରଘୁନାଥଜୀଉ ମେଲଣ ପଡ଼ିଆରେ ସରପଞ୍ଚ ଗୋପବନ୍ଧୁ ସେଠୀଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଯୁବ ବିଜେଡି ସଭାପତି ଜ୍ଞାନରଞ୍ଜନ ରାଉତ, ଯୁବନେତା ମନୋଜ ସେଠୀ, ଅତିରିକ୍ତ ତହସିଲଦାର ସ୍ଥିତିଲାନା ପ୍ରିୟଦର୍ଶିନୀ, କ୍ରିଷ୍ଣା ପାଢ଼ୀ, ସାସ୍ୱତରଂଜନ ପ୍ରିୟଦର୍ଶନ,ଜିଲ୍ଲା ପରିଷଦ ସଭ୍ୟା ଜସ୍ମିତା ସେଠୀ, ସମାଜସେବୀ ନିତ୍ୟାନନ୍ଦ ସେଠି, ପୂର୍ବତନ ସମିତିସଭ୍ୟ ଯଚ୍ଚିନ୍ଦ୍ରନାଥ ଜେନା, ହରେକୃଷ୍ଣ ସେଠୀ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ସର୍ଗତ ସେଠୀଙ୍କର ବହୁମୁଖୀ ପ୍ରତିଭା ଏବଂ ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋଚନା କରି ସ୍ମୃତିଚାରଣ କରିଥିଲେ । ଶେଷରେ ପତ୍ନୀ ବିଜୟଲକ୍ଷ୍ମୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault