ହେଡଲାଇନସ୍:

ମହିଳା ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ୨୦୨୩

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ବେଟି ବଞ୍ଚାଅ, ବେଟି ପଢାଅ" ଓ "ନିଶା ନିବାରଣ ଅଭିଯାନ"

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଅଷ୍ଟମ ଦିବସରେ ସାମାଜିକ କାର୍ଯ୍ୟକ୍ରମ ବିଭାଗ ତରଫରୁ "ନିଶା ନିବାରଣ ଅଭିଯାନ" ଉପରେ ଏକ ରାଲି କରଯାଇଥିଲା । ମହାବିଦ୍ୟାଳୟର ଛାତ୍ରୀମାନେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ତାପରେ ଅପରାହ୍ନ ସମୟରେ ଚୟନ ହୋଇଥିବା ଗ୍ରାମ ବରିକେଲ ରେ କନ୍ୟା ଶିକ୍ଷା ସଚେତନତା ଉପରେ "ବେଟି ବଞ୍ଚାଅ, ବେଟି ପଢାଅ" ଚିନ୍ତାଧାରାକୁ ନେଇ ମହାବିଦ୍ୟାଳୟର ଛାତ୍ରୀମାନେ ଅଧ୍ୟାପକ ଧୀରେନ୍ଦ୍ର ବର୍ଗେ ଙ୍କ ରଚିତ ଓ ନିର୍ଦ୍ଦେଶିତ ଏକ ସୁନ୍ଦର କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ । କନ୍ୟା ବି ପୁତ୍ରର ସମକକ୍ଷ ଏବଂ ତାକୁ ବି ସମସ୍ତ ସୁଯୋଗ ମିଳିବା ଉଚିତ, ଏହା ସମାଜ ପ୍ରତି ନାଟକର ମୁଖ୍ୟବାର୍ତ୍ତା ଥିଲା । ଅଧ୍ଯକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ସହ ସମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ସୁଶ୍ରୀ ସଂଗୀତା ଗୌନ୍ତିଆ କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ ।

0
0
0
s2sdefault