ଜଗତସିଂହପୁର,ତା-୩୦.୧୧.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଶ୍ରମପାଟଣାସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହେଇଯାଇଛି l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ ରଥ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ସଭାପତି ମନୋଜ କୁମାର ଭୋଇ, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା ଓ ମୁଖ୍ୟବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷା ରତୀରଞ୍ଜନ ବେହେରା, ସାମାଜିକ କାର୍ଯ୍ୟକ୍ରମର ସଂଯୋଜକ କୃଷ୍ଣଚନ୍ଦ୍ର ସାହୁ ଏବଂ IYDP କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ଲକ୍ଷ୍ମୀଧର ପ୍ରଧାନ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ପ୍ରଧାନ ଓଡିଶା ସରକାରଙ୍କ ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ l ମହାବିଦ୍ୟାଳୟ ନିକଟସ୍ଥ ପୁରୁଣାଗଡ଼, ନୂଆଗଡ ଓ ପୂରଣ ଗ୍ରାମରେ ଯଥାକ୍ରମେ ଲୋଚନ କୁମାର ପତି, ପିତାମ୍ବର ସାହୁ ଓ ଶ୍ରୀକାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀଙ୍କଦ୍ୱାରା ସଫେଇ କାର୍ଯ୍ୟକ୍ରମ କରାଯିବା ସହ ସ୍ୱାସ୍ଥ୍ୟ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ମଧ୍ୟରେ ସାରଦା ପ୍ରସାଦ ମହାନ୍ତି, ସୌରୀ ପ୍ରସାଦ ଲେଙ୍କା, ସୁନାକର ଖୁଣ୍ଟିଆ, ବିସ୍ମୟ ରଂଜନ ସ୍ୱାଇଁ, ଦିପ୍ତୀରଂଜନ ବାରିକ, ସ୍ମିତା କାନୁନଗୋ, ମାୟାରାଣୀ ଦାସ, ସୁନନ୍ଦା ନାୟକ, ଜ୍ୟୋତିର୍ମୟୀ ମହାପାତ୍ର, ଅମିତା ଦାସ, ଝରଣା ବେହୁରା, ବିଭୁତି ଭୂଷଣ ସେନାପତି, ଧରିଣୀଧର ବସ୍ତିଆ, ସାରଦା ପ୍ରସାଦ ରାୟ, ମନୋରଞ୍ଜନ ମହାରଣା, କୃଷ୍ଣପ୍ରସାଦ ପରିଡା, କ୍ଷୀରୋଦ ଦାସ, ପ୍ରଶାନ୍ତ ସାମନ୍ତରାୟ ଆଦି ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l
ରାଜ୍ୟ
ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଆରମ୍ଭ
- Hits: 602








