ଜଗତସିଂହପୁର,ତା-୩୦.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବେଲହୁଡ଼ା ମଠ ଠାରେ ମୂଳନୀବାସୀ ଯୁନାଇଟେଡ଼ ଫୋରମ ତରଫରୁ ସମ୍ବିଧାନ ସଚେତନତା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଫୋରମର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ଦେହୁରୀ ଯୋଗଦାନ କରି ସାମ୍ବିଧାନିକ ଅଧିକାର ଓ ଅର୍ଥନୈତିକ ବିକାଶ, ଓ ସାମାଜିକ ପରିବର୍ତ୍ତନ ସହ ମୂଳନୀବାସୀ ସମାଜର ଏସସି ଏସସ୍ଟି ଓବିସି ମାନେ ସଚେତନତା ଓ ସଂଗଠିତ ସଂଗ୍ରାମ କରିବାକୁ ବାବାସାହେବ ଡକ୍ଟର ବିଆର ଆମ୍ବେଦକର ସମ୍ବିଧାନ ସବୁ ସୁବିଧା ନାଗରିକ ମାନଙ୍କୁ ଦେଇଛନ୍ତି ବୋଲି କହିଥିଲେ l ଫୋରମର କାର୍ଯ୍ୟକାରୀ ଅଧ୍ୟକ୍ଷ ମୁଖ୍ୟବକ୍ତା ମନୋରଞ୍ଜନ ଜେନା ଭବିଷ୍ୟତ ସମାଜ ଗଢିବାକୁ ଇତିହାସ ରଚିବାକୁ ହେଲେ ହେଲେ ମୂଳନୀବାସୀ ଇତିହାସ ଜାଣିବା ଜରୁରୀ ବୋଲି କହିଥିଲେ l ଫୁଲେ ଆମ୍ବେଦକର ସାମାଜିକ ବିକାଶ ପରିଷଦ ସମ୍ପାଦକ ଚିନ୍ମୟ ନାଥ ଙ୍କ ସଂଯୋଜନାରେ ଅନ୍ୟତମ କାର୍ଯ୍ୟକାରୀ ଅଧ୍ୟକ୍ଷ ଗୌତମ ଗୋପାଳ,ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ, ସମ୍ପାଦକ ଏକବାଲ ହୁସେନ, ନାରାୟଣ ମହାରଣା, ଭୀମ ଆର୍ମି ଭୁବନେଶ୍ୱର ଉପସଭାପତି ଦୀପକ ଭୋଇ, ପ୍ରମୁଖ ବକ୍ତବ୍ୟ ଦେଇଥିଲେ l ନୁର୍ତ୍ତନ ଜିଲ୍ଲା କମିଟିରେ ସେକ ନାସିରୁଦ୍ଦିନ କାର୍ଯ୍ୟକାରୀ ସଭାପତି, ଡମ୍ବରୁଧର ଜେନା ସାଧାରଣ ସମ୍ପାଦକ, ପ୍ରତିମା ଭୋଇ ମହିଳା ସଭାନେତ୍ରୀ, ସଂଯୁକ୍ତା ଭୋଇ ,ସଂଯୁକ୍ତା ଭୋଇ,ଅକ୍ଷୟ ଭୋଇ (ମଙ୍ଗୁ ) ରଘୁନାଥପୁର ସଭାପତି, ରାଜେଶ କୁମାର ଦାସ, କିଶୋର ଭୋଇ,କାଳନ୍ଦୀ ଭୋଇ, ଦୁର୍ୟୋଧନ ଦାସ ପ୍ରମୁଖଙ୍କୁ ନିଆଯାଇଥିଲା l
ରାଜ୍ୟ
ମୂଳନୀବାସୀ ଯୁନାଇଟେଡ଼ ଫୋରମ ତରଫରୁ ସମ୍ବିଧାନ ସଚେତନତା ଓ ସାଙ୍ଗଠନିକ ବୈଠକ
- Hits: 269







