ହେଡଲାଇନସ୍:

କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ଦ୍ୱାରା ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା/ସରୋଜ ସାହୁ :ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ, ଆଜି ପୂର୍ବାହ୍ନରେ ରାୟଗଡା ଜିଲ୍ଲା ସଦର ବ୍ଲକ ହାଲୁଆ ଗ୍ରାମ ପଂଚାୟତ ଠାରେ ପହଂଚିବା ପରେ ଗ୍ରାମବାସୀ ତଥା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସ୍ୱାଗତ କରାଯାଇଥିଲା l ଏହି ରଥରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା - ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନ ମନ୍ତ୍ରୀ ଉଜାଲା ଯୋଜନା, ଫସଲ ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ଭିଡ଼ିଓ କନଫରେନ୍ସ ମାଧମ ରେ ସଚେତନ କରାଯାଇଛି l ଆଜିର ବିଶେଷ କଥା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ହାଲୁଆ ଗ୍ରାମ ପଂଚାୟତ ସହିତ ଯୋଡ଼ି ହୋଇ କେନ୍ଦ୍ରୀୟ ଯୋଜନାରୁ ଲାଭlନ୍ୱିତ ଜଣେ ହିତାଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେନିଆଙ୍କ ସହିତ ବାର୍ତ୍ତାଳାପ କରିଥିଲେ l କେନ୍ଦ୍ର ର ବିଭିନ୍ନ କଲ୍ୟାଣକାରୀ ଯୋଜନା ଜରିଆରେ କିପରି ଗରିବ ଜନସାଧାରଣ ଉପକୃତ ହେଉଛନ୍ତି ସେ ବିଷୟରେ ଶ୍ରୀ ବେନିଆ, ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦୀ ଙ୍କୁ ଜଣାଇବା ସଂଗେ ସଙ୍ଗେ କୃତଜ୍ଞତା ଜଣାଇଥିଲେ l ୨୦୪୭ ସୁଦ୍ଧା ଦେଶକୁ କିଭଳି ବିକଶିତ ଭାରତ ଭାବରେ ଗଠନ କରାଯିବ ସେଥିପାଇଁ ସଂକଳ୍ପ ନେବାକୁ ସମସ୍ତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହ୍ୱାନ ଦେଇଥିଲେ I ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ବିଭିନ୍ନ ବିଭାଗ ର ଷ୍ଟାଲ, ସ୍ୱାସ୍ଥ୍ୟ ଶିବିର ଓ ସଚେତନତା ଶିବିରମାନ ଖୋଲାଯାଇଥିଲା l ଉପସ୍ଥିତ ଜନତା ଙ୍କୁ କେନ୍ଦ୍ରୀୟ ଯୋଜନା ସମ୍ପର୍କ ରେ ସଚେତନ କରିବା ଲାଗି ସୂଚନା ପୁସ୍ତିକା ଓ କ୍ୟାଲେଣ୍ଡର ବଣ୍ଟନ କରାଯାଇଥିଲା l କେନ୍ଦ୍ରୀୟ ଯୋଜନା ରେ ବିଶେଷ ସଫଳ ଲାଭନ୍ୱିତ ହିତାଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ମାନିତ କରାଯାଇଥିଲା l ଏହା ବ୍ୟତୀତ ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ମଧ୍ୟ କେନ୍ଦ୍ରୀୟ ଯୋଜନାଗୁଡିକୁ ଲୋକଙ୍କୁ ଅବଗତ କରାଯାଇଛି l ଚାଷୀ ମାନେ କିପରି Drone ଜରିଆରେ କୀଟନାଶକ ପ୍ରୟୋଗ କରିବେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଏହାର ରକ୍ଷଣା ବେକ୍ଷଣା ଓ ଉପଯୋଗ କରି କିପରି ଆର୍ଥକ ଉନ୍ନତି କରିପାରିବେ ସେଥିପାଇଁ Drone ର କ୍ଷେତ୍ର ପ୍ରଦର୍ଶନ କରାଯିବା ସହିତ ଜନତାଙ୍କୁ ସଚେତନ କରାଯାଇଛି l

ଜିଲ୍ଲା ପ୍ରଶାସନ ର ସକ୍ରିୟ ସହଯୋଗ ରେ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି I ସୂଚନା ଯୋଗ୍ୟ ଏହି ରଥ ଚଳିତ ମାସ ୧୫ ତାରିଖ ଠାରୁ ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ଜନଜାତୀୟ ଗୌରବ ଦିବସ ଦିନ ଆରମ୍ଭ ହୋଇ ଏହା ଆସନ୍ତା ଜାନୁଆରୀ ୨୬,୨୦୨୪ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଂଚଳ ରଥପରିକ୍ରମା କରିବ l ବର୍ତମାନ ରାଜ୍ୟ ର ୭ ଟି ଆଦିବାସୀଅଂଚଳ ରେ ଏହି ରଥ ପରିଭ୍ରମଣ କରୁଛି l ମୁଖ୍ୟ ଅତିଥି ଭାବେ ଶ୍ରୀ ନିହାର ରଞ୍ଜନ କଅଁର, CDO-cum-EO, ରାୟଗଡା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ.

0
0
0
s2sdefault