ହେଡଲାଇନସ୍:

ସୁଙ୍ଗେର ମେଡ଼ିକାଲ କୁ ମୈତ୍ରୀ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ପ୍ରାଥମିକ ଚିକିତ୍ସାଳୟ କୁ ମୈତ୍ରୀ ଇଂଫ୍ରା ପ୍ରାଇଭେଟ ଲିଃ ପକ୍ଷରୁ ଅଞ୍ଚଳର ସ୍ଵାସ୍ଥ୍ୟ ସେବା ରେ ଉନ୍ନତି ପାଇଁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିବା ଆଜି ଦେଖିବାକୁ ମିଳିଛି । ଆଦିବାସୀ ବହୁଳ ତଥା ଜିଲ୍ଲା ର ଏକ ସୀମା ସଂଲଘ୍ନ ଅଞ୍ଚଳ ହେଇଥିବା ଦ୍ୱାରା ଅଭାବି ସ୍ଵାସ୍ଥ୍ୟ ସେବା କୁ ନେଇ ବିଗତ ଦିନରେ ଗଣମାଧ୍ୟମ ଦ୍ୱାରା ଅନେକ ଉଦାହରଣ ସାଜିଥିଲା । କିନ୍ତୁ ଏଭଳି କ୍ରମାଗତ ସ୍ଵାସ୍ଥ୍ୟବସ୍ତା ଦୀର୍ଘଦିନ ଧରି ଅଭିଯୋଗ ହେଉଥିଲେ ସୁଧା ଏଯାବତ ଏଥିରେ ସୁଧାର ହେଇପାରି ନ ଥିଲା । ଦୀର୍ଘଦିନ ର ସମସ୍ୟା ଓ ଅଞ୍ଚଳବାସୀ ଙ୍କ ଅନୁରୋଧ କୁ ସଂଜ୍ଞାନ ରେ ନେଇ ସଂସ୍ଥା ଅଧ୍ୟକ୍ଷ ଶ୍ରୀ ନିବାସ ରାଓ ଆଜି ଏକ ନୂଆ ଆମ୍ବୁଲାନ୍ସ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମଞ୍ଚସିନ ଥିଲେ ସୁଙ୍ଗେର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାଃ ଅଜିତ ମାଝି ,କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ, ବ୍ଲକ ଉପାଧ୍ୟକ୍ଷା କୁନି କୁମାରୀ ନାଏକ , ସୁଙ୍ଗେର ସରପଞ୍ଚ ପର୍ମିଳା ଦେଇ ମାଝି , ଫାର୍ମାସିଷ୍ଟ ଦିଲୀପ କୁମାର ଦାସ , ମୈତ୍ରୀସଂସ୍ଥା ପକ୍ଷରୁ ସି ଏଚ ବୋଷ , ପୃଷ୍ଟି ଦୁରିଆ , ପ୍ରମୁଖ ଯୋଗଦେଇଥିଲେ । ପରବର୍ତ୍ତୀ ସମୟରେ ଅତିଥିବୃନ୍ଦ ଉପସ୍ଥିତ ଶତାଧିକ ସ୍ଥାନୀୟ ଜନସାଧାରଣ ଙ୍କୁ ଅଞ୍ଚଳରେ ଆମ୍ବୁଲାନ୍ସ ର ଅଭାବ ହେତୁ ତଳଦିନ ରେ କି ଭଳି ଲୋକେ ସମସ୍ୟା ର ସମ୍ମୁଖୀନ ହେଉଥିଲେ ପୁଣି ଏସବୁ ସମସ୍ୟା ର ସମାଧାନ ପରେ ଆଗାମୀ ଦିନରେ ଆମ୍ବୁଲାନ୍ସ ର ସତବ୍ୟବହାର ହେଲେ ଅଞ୍ଚଳର କିଭଳି ଭାବେ ସର୍ବ ସାଧାରଣ ଙ୍କର ଉପକାର ହେଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ପ୍ରକାଶ ଥାଉ କି ପୂର୍ବରୁ ଶ୍ରୀ ରାଓ ଅଞ୍ଚଳରେ ଗରିବ ନିଷ୍ପେସିତ ତଥା ସାମାଜିକ ସ୍ତରରେ ଅନେକ ସମସ୍ୟା ରେ ଲୋକଙ୍କୁ ସହଯୋଗ ର ହାତ ବାଢାଇଥିବା ବେଳେ ଆଜି ପୁଣି ଏକ ଜନମଙ୍ଗଳ କାମ କୁ ହାତେଇ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଏଭଳି ଜନମାନସ କାର୍ଯ୍ୟ ରେ ନିଜକୁ ସମ୍ପୃକ୍ତ କରିଆସୁ ଥିବା ହେତୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରସଙ୍ଗସା ଶାଉଁଟି ଥିବା ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ସେବା ହେତୁ ସୁଙ୍ଗେର ପାରିପାର୍ଶ୍ବିକ ୩ ଟି ଗ୍ରାମ ପଞ୍ଚାୟତ ଯଥା ରାୟଗଡା ଜିଲ୍ଲା ଅନ୍ତର୍ଗତ ସୁଙ୍ଗେର , ସିନ୍ଦୁରଘାଟି ଓ କଳାହାଣ୍ଡି ଜିଲ୍ଲା ର କେରପାଇ ଗ୍ରାମ ପଞ୍ଚାୟତ କୁ ଅନ୍ତର୍ଭୁକ୍ତ କରାଯାଇଛି । ଅଞ୍ଚଳର ଏକ ଦୁର୍ଗମ ଓ ପାହାଡ଼, ଜଙ୍ଗଲ ରେ ବେଷ୍ଟିତ ଏଣୁ କାର୍ଯ୍ୟକ୍ରମ ରେ ଏହାର ସୁରିଚାଳନ ଦାଇତ୍ୱ ସୁଙ୍ଗେର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ରେ ରହିବ ବୋଲି ଘଷଣା କରାଯାଇଥିଲା । କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ପୁରୁଷ ଙ୍କ ମଧ୍ୟରୁ ସିନ୍ଦୁରଘାଟି ସମିତି ଖଗେଶ୍ୱର ନାଏକ , ରାଜେନ୍ଦ୍ର ନାଏକ ଓ ଅନ୍ୟ ପ୍ରମୁଖ ଯୋଗ ଦେଇଥିଲେ।

0
0
0
s2sdefault