କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକଠାରେ କାଶୀପୁର ବ୍ଲକ ଯାଦବ ମହାସଭା ଆନୁକୁଲ୍ୟରେ ଯାଦବ ସମ୍ମିଳନୀ ଆୟୋଜନ ହୋଇଯାଇଛି। ଯାଦବ ସମ୍ପ୍ରଦାୟଙ୍କ ସର୍ବାଙ୍ଗୀନ ବିକାଶ ଲକ୍ଷ ନେଇ ବ୍ଲକ ର ବିଭିନ୍ନ ଗ୍ରାମାଞ୍ଚଳରୁ ଯାଦବ ବ୍ଯକ୍ତି ବିଶେଷ ସମ୍ମିଳନୀରେ ଯୋଗ ଦେଇଥିଲେ। ଭାରତୀୟ ଯାଦବ ମହାସଭାର ଯୁବ ସମ୍ପାଦକ ପ୍ରଦୀପ ବେହେରା ଯୋଗଦେଇ ଓବିସି ମଧ୍ଯରେ ଯାଦବ ସମ୍ପ୍ରଦାୟଙ୍କ ସଂଖ୍ୟା ଅଧିକ। ଭାରତୀୟ ସେନା ରେ ଯାଦବ ରେଜିମେଣ୍ଟ ର ଆବଶ୍ୟକ ଏବଂ ଆମେ ଏକାଠି ହେଲେ ଶିକ୍ଷା ସଂସ୍କାର ଆର୍ଥିକ ସ୍ବାବଲମ୍ବନଶୀଳ ହେବା ସହ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ଯାଦବ ମାନଙ୍କର ରହିପାରିବ ବୋଲି ମତ ଦେଇଥିଲେ। କାଶୀପୁର ଯାଦବ ମହାସଭାର ସଭାପତି ଅମର ଗୋପାଳ,ସମ୍ପାଦକ ସୁରେନ୍ଦ୍ର ଗଉଡ, କବି ଓଡିଶା ଯାଦବ ମହାସଭାର ଯୁବ ସମ୍ପାଦକ ଅମିତ ନାୟକ,ପୂର୍ଣ୍ଣଚନ୍ଦ୍ର ଗଉଡ, ଗୋପ ଗଉଡ,ଜଗନ୍ନାଥ ଗଉଡ,ରାମେଶ୍ଵର ଗଉଡ, କୈଳାସ ଗଉଡ,ଲଳିତ ଗଉଡ,କବି ନିରଞ୍ଜନ ନାୟକ ପ୍ରମୁଖ କାଶୀପୁର ଯାଦବ ମହାସଭାର କର୍ମକର୍ତ୍ତା ଉପସ୍ଥିତ ରହି ଓଡ଼ିଶା ଓ ଭାରତ ମାଟିରେ ଯାଦବଙ୍କ ଭୂମିକା ଅନନ୍ୟ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ।କାର୍ଯ୍ଯକ୍ରମ ରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ମୁନିସିପାଲଟି ଅଧକ୍ଷ ନୃପରାଜ ଯାଦବ,ଭବାନିପାଟଣାର ଯୁବ ଯାଦବ ସଭାପତି ଗୋବିନ୍ଦ ବଞ୍ଝର ଏବଂ ଅଧକ୍ଷ ପ୍ରତିନିଧି ପିତବାସ ଯାଦବ ଯୋଗଦେଇ କଳାହାଣ୍ଡି ରେ ଯାଦବ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ସମସ୍ତେ ଏକାଠି ହେଲେ ଶିକ୍ଷା, ସଂସ୍କୃତି ଓ ରାଜନୀତି କ୍ଷେତ୍ର ରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ବକ୍ତବ୍ଯ ରଖିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଇତି ଅବସରରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ଙ୍କ କମଳରେ କାଶୀପୁର ସ୍ଥିତ ଯାଦବ ଭବନର ଉଦଘାଟନ କରାଯାଇଥିଲା। କାଶୀପୁରର ଯୁବ ଲେଖକ ନିରଞ୍ଜନ ନାୟକ ମଞ୍ଚ ପରିଚାଳନା ଓ ସଞ୍ଚାଳନ କରିଥିଲେ।ସମ୍ପାଦକ ଅମିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଯାଦବ ମହାସଭାର ଯାଦବ ସମ୍ମିଳନୀ ।
- Hits: 224








