ହେଡଲାଇନସ୍:

ରାସ ଉତ୍ସବ ଓ ବାଲିଯାତ୍ରା ରେ ଯୋଗଦେଲେ ମନ୍ତ୍ରୀ ରିତା ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ଅଞ୍ଚଳ ରେ ଚାଲିଛି ରାସ ଉତ୍ସବ । ଆଉ ଏହି ଅବସରରେ ଆୟୋଜିତ ହୋଇଛି କଂସ ଦରବାର । ଏଥିରେ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ରିତା ସାହୁ । ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଆୟୋଜକମାନଙ୍କୁ ଉତ୍ସାହିତ୍ କରୁଥିବା ମନ୍ତ୍ରୀ ମାହୋଦୟା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ସରଧାପାଲି ଗ୍ରାମପଞ୍ଚାୟତର ନୂଆଁପାଲି ଗ୍ରାମରେ ଚାଲିଥିବା ରାସଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ମହାରାଜ କଂସଙ୍କ ଦରବାରରେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ସ୍ଥାନୀୟ ଅଂଚଳର ବିକାଶ ପ୍ରତି ଗୁରୁତ୍ଵ ଦେବା ସହ ରାସ ଉତ୍ସବ ହେଉଥିବା ମଂଚର ଛାତ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଏକ କାର୍ଯ୍ୟକ୍ରମରେ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତର ଛିନ୍ଦ୍ରାପାଲି ଗ୍ରାମରେ ଚାଲିଥିବା ବାଲିଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ । ତାଙ୍କ ସହିତ ମଞ୍ଚରେ ରାଜ ଅତିଥି ଭାବରେ ସରଧାପାଲି ସରପଞ୍ଚ ଲକ୍ଷ୍ମୀ      ପଧାନ, ଜାମୁଟପାଲି ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ସରୋଜ ସାହୁ ଯୋଗ ଦେଇଥିବା ବେଳେ ବୁରୋମୁଣ୍ଡା ଗ୍ରାମର ଗୌନ୍ତିଆ ମନୋଜ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏଠାରେ ମଧ୍ୟ କଂସ ଦରବାର ଆୟୋଜିତ ହୋଇଥିବା ବେଳେ ମାନ୍ୟବର ମନ୍ତ୍ରୀ ମାହୋଦୟାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

0
0
0
s2sdefault