ଟେମରି ବ୍ୟାଙ୍କ କୁ ସର୍ବସାଧାରଣଙ୍କ ସେବା ପାଇଁ ଆରମ୍ଭ କଲେ ବିଧାୟିକା ବର୍ଷା
ବରଗଡ :- ଏବେ ବି ବ୍ୟାଙ୍କ ସେବା ଲୋକଙ୍କ ପାଖକୁ ପହଂଛି ପାରି ନାହିଁ । ତୃଣମୂଳ ସ୍ତରର ଶେଷ ବ୍ୟକ୍ତି ଙ୍କର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ଏକ ସଫଳ ପ୍ରୟାସ ହେଉଛି ଆମ ବ୍ୟାଙ୍କ । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାର ରାଜ୍ୟରେ 754 ଗୋଟି ପଂଚାୟତ ରେ CPS ପ୍ଲସ ବ୍ୟାଙ୍କ ସେବା ର ଶୁଭାରମ୍ଭ କରାଯାଇଛି । ଏହି କ୍ରମେ ରେ ପାଇକମାଲ ବ୍ଲକ ର ଟେମରି ଓ କେଛୋଦାଦର ଗ୍ରାମ ପଞ୍ଚାୟତ ରେ ଦୁଇ ଗୋଟି ଶାଖା ର ଶୁଭାରମ୍ଭ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ହୋଇଯାଇଛି । ଏହି ଅବସରରେ ଗ୍ରାମରେ ଅୟୋଜିତ ସଭାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କର ଉଦଘାଟନ ପରେ ବିଧିବଦ୍ଧ ଭାବରେ ସାଧାରଣ ଲୋକ ଙ୍କର ପାଇଁ ବ୍ୟାଙ୍କ ସେବାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ନିଜର ପ୍ରତିକ୍ରିୟା ରଖି ବିଧାୟିକା କହିଥିଲେ ଯେ ଟେମରି ଓ କେଛୋଦାଦର ପଂଚାୟତ ବାସୀ ଙ୍କୁ ଆଉ ନିଜର ଅତ୍ୟାବଶ୍ୟକ ବ୍ୟାଙ୍କ କାମ ପାଇଁ ପାଇକମାଲ ବା ପଦ୍ମପୁର ଯାଇ ହଇରାଣ ହେବାକୁ ପଡ଼ିବ ନାହିଁ । ନିଜ ଘର ପାଖରେ ବ୍ୟାଙ୍କ ର ସମସ୍ତ ସୁବିଧା ମିଳିବା ଦ୍ୱାରା ଲୋକେ ବ୍ୟାଙ୍କ ପ୍ରତି ଆକୃଷ୍ଟ ହେବେ ଓ ଅନେକ ପ୍ରକାର ଯୋଜନା ର ସୁଫଳ ମଧ୍ୟ ପାଇ ପାରିବେ । ଟେମରି ଠାରେ ହୋଇଥିବା କାର୍ଯ୍ୟକ୍ରମ ରେ ବିଧାୟିକା ଙ୍କର ସହିତ ପାଇକମାଲ ବିଡ଼ିଓ ଶ୍ରୀ ପ୍ରଫୁଲ କୁମାର ଅଦୁ , ସ୍ଥାନୀୟ ସରପଞ୍ଚ ତଥା ଟେମରି ଅଞ୍ଚଳର ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ମାଁ ମାନେ ତଥା ଶହ ଶହ ସଂଖ୍ୟାରେ ଗ୍ରାମ ବାସୀ ଉପସ୍ଥିତ ଥିଲେ ।
ସେହିଭଳି କେଛୋଦାଦର ଠାରେ ଆୟୋଜିତ କାର୍ଯକ୍ରମ ରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଙ୍କର ସମେତ ସ୍ଥାନୀୟ ସରପଞ୍ଚ ତଥା ବହୁ ସଂଖ୍ୟାରେ ମାଁ ମାନେ ତଥା ସ୍ଥାନୀୟ ଲୋକ ଉପସ୍ଥିତ ରହିଥିଲେ ।








