ହେଡଲାଇନସ୍:

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି (ମଙ୍ଗଳବାର ଦିନ)ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ପାରଳାଖେମୁଣ୍ଡି ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ସଂଗୀତଜ୍ଞ ଗୁରୁ ଶ୍ରୀ ରଘୁନାଥ ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।
ଆୟୋଜିତ ଉତ୍ସବରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଅଧ୍ୟକ୍ଷତା କରିବା ସହ ତାଙ୍କ ବକ୍ତବ୍ୟରେ ଛାତ୍ରୀମାନଙ୍କ ସମୂହ କଲ୍ୟାଣ ନିମନ୍ତେ ପ୍ରତିଯୋଗିତାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନିର୍ମଳା ସେଠୀ ଛାତ୍ରୀ ଜୀବନରେ କ୍ରୀଡ଼ାର ଆବଶ୍ୟକତାର ଗୁରୁତ୍ବ ଦର୍ଶାଇଥିଲେ। ସମ୍ମାନୀତ ଅତିଥି ଗୁରୁ ଶ୍ରୀ ରଘୁନାଥ ପାତ୍ର ଶିକ୍ଷାନୁଷ୍ଠାନ ସହ ତାଙ୍କ ସ୍ମରଣୀୟ ସ୍ମୃତି ଏବଂ ଛାତ୍ରୀମାନଙ୍କ ବିକାଶ ଦିଗରେ ପ୍ରତିଯୋଗିତାର ଆବଶ୍ୟକତା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ।
କାର୍ଯକ୍ରମ ଆରମ୍ଭରେ ନୋଡାଲ ଅଫିସର ଶ୍ରୀମତୀ ସୋଫିଆ ମଣ୍ଡଳ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସାମାଜିକ କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ଡଃ ନୃସିଂହ ପାଣିଗ୍ରାହୀ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମ କିପରି ଛାତ୍ରୀମାନଙ୍କ ପାଇଁ ଉପାଦେୟ ତାହା ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ଡଃ ମହେନ୍ଦ୍ର ରଇତ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ର ଆୟୋଜନ ହୋଇଥିଲା।

0
0
0
s2sdefault