ରାୟଗଡ଼ା/ସରୋଜ ସାହୁ : ପ୍ରଭୁ ଶ୍ରୀ ରାମ ଲଲ୍ଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୦୨୪ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ହେବାକୁ ଯାଉଛି। ଏହି ଅବସରରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଗତ ୫ ନଭେମ୍ବରରେ ଅଯୋଧ୍ୟା ଠାରେ ଅକ୍ଷତ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ପୁଜାରେ ବିଶ୍ୱହିନ୍ଦୁ ପରିଷଦର ୪୫ ଟି ପ୍ରାନ୍ତର ପ୍ରତିନିଧି ମାନେ ଯୋଗ ଦେଇଥିଲେ ଏବଂ ପୂଜା ହୋଇଥିବା କଳସ ଗୁଡିକୁ ନିଜ ନିଜ ପ୍ରାନ୍ତକୁ ନେଇଛନ୍ତି। ଏହି କ୍ରମରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ଅକ୍ଷତ ଶୁଭ କଳସ ସମ୍ବଲପୁରରେ ଆସି ପହଞ୍ଚିବା ପରେ ଚଳିତ ମାସ ୨୬ ତାରିଖ ଦିନ ପୂଜାର୍ଚ୍ଚନା କରିସାରିଲା ପରେ ପ୍ରତ୍ୟେକ ଜିଲ୍ଲା କୁ ଏହି ପବିତ୍ର ଅକ୍ଷତ କଳସ ପଠାଯାଇଥିଲା। ତେବେ ରାୟଗଡ଼ ଜିଲ୍ଲା ରୁ ପ୍ରତିନିଧିତ୍ଵ କରୁଥିବା ଶ୍ରୀ ଶ୍ୟାମ କୁମାର ଦାଶ ଏବଂ ଶ୍ରୀ ଅଶୋକ କୁମାର ମହାରଣା ଏହି ପବିତ୍ର ଅକ୍ଷତ କଳସ କୁ ନେଇ ରାୟଗଡ଼ା ରେଳ ଷ୍ଟେସନ୍ ଠାରେ ପହଞ୍ଚିଥିଲେ।ପରେ ବିଶ୍ୱ ହିନ୍ଦୁ ପରିଷଦ ରାୟଗଡ଼ା ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ମାନେ ଗୈରିକ ଧ୍ୱଜା, ଘଣ୍ଟ, ଶଙ୍ଖ, ବାଦ୍ୟରେ ସ୍ୱାଗତ କରି ଏକ ବିରାଟ ପଟୁଆରରେ ରେଳ ଷ୍ଟେସନ ଠାରୁ ପଦଯାତ୍ରା ରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ରାଣୀଗୁଡା ଫର୍ମ ସ୍ଥିତ ମାଁ ମଙ୍ଗଳା ମନ୍ଦିର କୁ ପାଛୋଟି ନେଇଥିଲେ। ସେଠାରେ ଜନସାଧରଣଙ୍କ ଦର୍ଶନ ପାଇଁ ଅକ୍ଷତ ରଖାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ଅକ୍ଷତ କଳସ ପୂଜାର୍ଚ୍ଚନା କରାଯିବା ସହ ହନୁମାନ ଚାଳିଶା ପଠନ ଏବଂ ସଂକ୍ରିତନ୍ ର ବ୍ୟବସ୍ଥା ହୋଇଛି। ପରେ ପବିତ୍ର ଅକ୍ଷତ ପ୍ରତ୍ୟେକ ବ୍ଲକ୍ କୁ ପଠାଯିବାର କାର୍ଯ୍ୟକ୍ରମ ଅଛି l
ଆସନ୍ତା ଜାନୁଆରୀ ମାସ ୧ ରୁ ୧୫ ତାରିଖ ମଧ୍ୟରେ ସମଗ୍ର ଭାରତରେ ପ୍ରତ୍ୟେକ ଘରକୁ ଏହି ପୁଜା ପାଉଥିବା ଅକ୍ଷତ ସହିତ ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ନିମନ୍ତ୍ରଣ କରାଯିବାର ଯୋଜନା କରାଯାଇଛି। ଏହି କ୍ରମରେ ରାୟଗଡ଼ା ଜିଲ୍ଲା ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୁଭ କଳସ ସ୍ବାଗତ ସମୟରେ ଯୋଗୀଶ୍ରୀ ଶ୍ରୀ ଚୈତନ୍ୟ ରାମଜି,ଶ୍ରୀ ରାଜେନ୍ଦ୍ର ସାହୁ, ଶଙ୍କର ପ୍ରଧାନ, ପ୍ରଫୁଲ୍ଲ ପାତ୍ର , ଗୌରହରି ନାୟକ , ଯୋଗେଶ୍ୱର ଦାସ , ପ୍ରଭାତ ମହାପାତ୍ର, ମୁରଲୀ ଧର ବେହେରା,ବିଜୟ ଚୌଧୁରୀ, ବସନ୍ତ କୁମାର ଉଲ୍ଲାକା,ବିଦ୍ୟା ଭୂଷଣ ପଣ୍ଡା, ଏମ୍. ବିଦ୍ୟା ସାଗର, ମଞ୍ଜୁଳା ମିନିଆକା, ଦୂର୍ଗା ମାଧବ ଘୋଷ , ସମେତ ଶତାଧିକ ଭକ୍ତମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।








