ହେଡଲାଇନସ୍:

ଦହିତା କଲେଜରେ ସମନ୍ମିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଯୁବ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ପ୍ରତିଭାର ବିକାଶ ପାଇଁ ରାଜ୍ୟ ବ୍ୟାପୀ ଚାଲିଥିବା ନୂତନ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରାଜ୍ୟ ବ୍ୟାପି ଚାଲିଛି । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହିତାରେ ମଙ୍ଗଳବାର ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେଶ ସାହୁଙ୍କ ସଭାପତିତ୍ବ ରେ ଏବଂ ନୋଡାଲ ଅଫିସର ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ବଜ ବଗାର ଓ ସ୍ଵତନ୍ତ୍ର ଅତିଥି ପ୍ରତିଷ୍ଠାତା ସଦସ୍ୟ ବୁଦ୍ଧଦେବ ମେହେର ପ୍ରମୁଖ ଅତିଥିବୃନ୍ଦ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଘାଟନ ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଫୁଟବଲ, ଦୌଡ଼ ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯକ୍ରମରେ ଅଧ୍ୟାପକ ଶତୃଘ୍ନ ପଧାନ, ଅଧ୍ୟାପିକା ଶୋଭମୟୀ ପଧାନ, ଅଧ୍ୟାପକ ପ୍ରିୟବ୍ରତ ସାହୁ, ଖେଳ ଶିକ୍ଷକ ରାଜେଶ ଥାନାପତି, ନାରାୟଣ ହୋତା, ରତିକାନ୍ତ ସୁଆର, ସୁବଳ ସାହୁ, ମାନଭଞ୍ଜନ ହୋତା, ଦେବରାଜ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଲମ୍ବୋଦର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault