ହେଡଲାଇନସ୍:

ପାରାଦୀପେକ୍ସ ୨୦୧୮ ଡାକଟିକେଟ ପଦର୍ଶନୀ ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରାଦୀପ (ଉପେନ୍ଦ୍ର ଗୁରୁ ) ପାରାଦୀପେକ୍ସ ୨୦୧୮ ଜଗତସିଂହପୁର ଜିଲ୍ଲାର ପ୍ରଥମ ଜିଲ୍ଲା ସ୍ତରୀୟ ଦୁଇଦିନଆ ଡାକଟିକେଟ ପ୍ରଦର୍ଶନୀ ସ୍ଥାନୀୟ ପାରଦୀପ ମହାବିଦ୍ୟାଳୟ ପରିସରରେ ଶନିବାର ଆରମ୍ଭ ହୋଇ ରବିବାର ଅପରାହ୍ନ ୩ଟାରେ ଉଦଯାପିତ  ହୋଇଯାଇଅଛି । ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଡାକ ମଣ୍ଡଳର ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ ଡ.ସନ୍ତୋଷ କୁମାର କାମିଲା ଯୋଗଦେଇଥିବା ବେଳେ ଜଳେଶ୍ୱର କହଁର, ପି.ଏମ୍.ଜି – ବହ୍ମପୁର, ସୁରେନ୍ଦ୍ର ମୋହନ ମିଶ୍ର ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷ ୫୦ ବର୍ଷ ଧରି ଡାକ ଟିକେଟ ସଂଗ୍ରହ କରୁଥିବା ସଂଗ୍ରହକ ଅରୁଣ କୁମାର ରାଉତ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିବା ବେଳେ କଟକ ଦକ୍ଷୀଣ ଡାକ ମଣ୍ଡଳ ଅଧ୍ୟକ୍ଷକ କୃଷ୍ଣ ଚନ୍ଦ୍ର ଚିନାରା ଅଧ୍ୟକ୍ଷତା କରିଥିଲେ । ଏହି ପଦର୍ଶନି ଶିବିରରେ ପାରଦୀପ ମହାବିଦ୍ୟାଳୟର ପ୍ରଶାସନ ପ୍ରୟୋଜନରେ ପାରଦୀପ ମହାବିଦ୍ୟାଳୟ ଓ ଜାତିୟ ଡାକ ବିଭାଗ ପ୍ରୟୋଜନରେ ଅଂଶୁପା ହ୍ରଦ ସ୍ମାରକୀ ବହନ କରୁଥିବା ଦୁଇଟି କଭର ଉନ୍ମୋଚନ କରାଯାଇଥିଲା । ମୁଖ୍ୟ ଅତିଥି ଡ. କାମିଲାଙ୍କ ଦ୍ୱାରା ପ୍ରତିଯୋଗିତାର କୃତି ଛାତ୍ରଛତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଡାକ ବିଭାଗ ତରଫରୁ ଆୟୋଜିତ ମୋ ଷ୍ଟାମ୍ଫ କାଉଣ୍ଟର ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହି ପଦର୍ଶନୀ ଶିବିରକୁ ଶରସ ସୁନ୍ଦର କରିବାରେ କଟକ ଦକ୍ଷୀଣ ମଣ୍ଡଳର ସହକାରୀ ଅଧିକ୍ଷକ ପରମାନନ୍ଦ କଣ୍ଠ, ମୋନାଲିସା ଦାସ, ଜଗତସିଂହପୁରର ଦେବପ୍ରସାଦ ଶତପଥି, କୁଜଙ୍ଗର ସତ୍ୟବ୍ରତ ଗାହାଣ, କଟକର ଦିବ୍ୟସିଂହ ତ୍ରିପାଠୀ , ଆଠଗଡର ବିଭୂତି ଭୂଷଣ ପଣ୍ଡା, କଟକ ଦକ୍ଷୀଣ ମଣ୍ଡଳର ସମସ୍ତକର୍ମଚାରୀଙ୍କ ସହିତ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ପୁର୍ଣ୍ଣ ସାହାର୍ଯ୍ୟ ସହଯୋଗରେ ବିଶେଷ ସୁଜନଶିଳତା ଓ ଉଲ୍ଲାସ ସୃଷ୍ଟି କରିଥିଲା । 

0
0
0
s2sdefault