ଜମନକିରା /କୁଚିଣ୍ଡା:୧୮/୧୧:( )କୋଶଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନର ମିଳିତ କ୍ରିୟାନୁଷ୍ଠାନ ସମିତି ର ଆହ୍ବାନ କ୍ରମେ ସମଗ୍ର ପଶ୍ଚିମ ଓଡ଼ିଶା ବିଶେଷ କରି କୁଚିଣ୍ଡା ଉପଖଣ୍ଡ ସହ ପଡୋଶୀ ଲ ଇ ଡ଼ା ଅଞ୍ଚଳ ସଂପୂର୍ଣ୍ଣ ବନ୍ଦ ରହିଛି ।କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ନାୟକ ଓ ଉପଦେଷ୍ଟା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ନେତୃତ୍ୱରେ ଏହି ବନ୍ଦ ଅପୂର୍ବ ସଫଳ ହୋଇ ଥିବା ଦେଖା ଯାଇଛି ।କୁଚିଣ୍ଡା ଉପଖଣ୍ଡ ମହକୁମା ର ଉପଜିଲ୍ଲପାଳ କାଯ୍ୟାଳୟ ,ପି ଏ ,ଆ, ଟି, ଡି,ଏ ଙ୍କ କାର୍ଯ୍ୟାଳୟ,ବି ଡି ଓ , ଦାର,କୃଷି କାର୍ଯ୍ୟାଳୟ,ଉଦ୍ୟାନ କାର୍ଯ୍ୟଳୟ ,ଜଙ୍ଗଲ ବିଭାଗ ,କେନ୍ଦୁପତ୍ର,ଟ୍ରେଜେରି ଆଦି କାର୍ଯ୍ୟଳୟ ସହ ଷ୍ଟେଟ ବ୍ୟାଙ୍କ୍, କାନାରା, ଏକ୍ସିଶ, ସମବାୟ ବ୍ୟାଙ୍କ୍ ଆଦି ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ୍ କୁ କୋଶଳ ବାଦି କର୍ମୀ ମାନେ ପି କେ ଟିଂ କରି ବନ୍ଦ କରିଥିଲେ । ସମସ୍ତ ଦୋକାନ ବଜାର ସ୍ଵତଃ ବନ୍ଦ ଥିଲା ।ଏଥି ସହ କୁଚିଣ୍ଡା ସମେତ ଉପଖଣ୍ଡ ସମସ୍ତ କଲେଜ,ଯୁକ୍ତ ଦୁଇ କଲେଜ୍ ଏପରି କି ହାଇ ସ୍କୁଲ୍ ଗୁଡିକ ମଧ୍ୟ ବନ୍ଦ ଥିବା ଦେଖା ଯାଇଛି । ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ କୁଚିଣ୍ଡା ବ୍ଲକ୍ ର ପୂର୍ବ ଅଧ୍ୟକ୍ଷ କରୁଣା କର କିଶା ନ ,ମୋର୍ଚ୍ଚା ର ଜିଲ୍ଲା ସଭାପତି ଜୟ ନାରାୟନ ଜେନା,ଆଦିବାସୀ ନେତା ଭଦ୍ର ଚରଣ କିସାନ , ରମେଶ ପଧାନ, ରବୀନ୍ଦ୍ର ପଟେଲ , କୈଳାସ ଅଗ୍ରୱାଲ, ୱାର୍ଡ ମେମ୍ବର ସଂଘ ସଭାପତି ସରୋଜ ମେହେର, ପ୍ରମୁଖ ନେତୃତ୍ୱ ନେଇଥିଲେ । ସେହିପରି ଭାବରେ ଜମନକିରା ଠାରେ ମୋର୍ଚ୍ଚା ର ଉପଖଣ୍ଡ ସଭାପତି ପ୍ରମୋଦ ନାୟକ,ଆବାହକ ପଞ୍ଚାନନ ପଧାନ,ଅଶ୍ଵିନୀ ପଟ୍ଟନାୟକ, ଅନାଦି ମିର୍ଦ୍ଧା,ପ୍ରମୋଦ ମିର୍ଦ୍ଧା ,ବାମରା ବ୍ଲକ କେ ଶାଇ ବାହାଲ୍ ଠାରେ ମୋର୍ଚ୍ଚା ର ବ୍ଲକ ସଭାପତି ଅଲେଖ ପତି,ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଖତୁ ନାଥ ପିଙ୍ଗା ଆଦି ନେତୃତ୍ୱ ନେଇଥିଲେ ।
ରାଜ୍ୟ
କୁଚିଣ୍ଡା ଉପଖଣ୍ଡରେ କୋଶଳ ମହାବନ୍ଦ ସଫଳ
- Hits: 207








