ହେଡଲାଇନସ୍:

ସ୍ୱଳ୍ପ ସଂଚୟ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶାସକ ପ୍ରଶାସକ, ଅଶୋକ ସାହୁ: ନବରଙ୍ଗପୁର ୧୮-୧୧- ୨୦୨୩ : ସ୍ୱଳ୍ପ ସଂଚୟ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି l ୨୦୨୨-୨୩ ପାଇଁ ଜିଲ୍ଲାକୁ ୩୭ କୋଟି ଟଙ୍କା ସଂଚୟ ଧାର୍ଯ୍ୟ କରାଯାଇଥିବା ବେଳେ ମୋଟ ୬୬ କୋଟି ୪୫ ଲକ୍ଷ ୬୨ ହଜାର ୨୮୪ ଟଙ୍କା ଜମା ଆଦାୟ ହୋଇପାରିଛି l ଧାର୍ଯ୍ୟ ଲକ୍ଷ୍ୟର ୧୭୯.୬୧ ଶତକଡା ଜମା ଆଦାୟ କରି ରଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିପାରିଛି l ଜିଲ୍ଲାରେ ସ୍ୱଳ୍ପ ସଂଚୟକୁ ଉତ୍ସାହିତ କରିବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ମଧ୍ୟରେ ଗତ ଅକ୍ଟୋବର ୩୦ ତାରିଖରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଇଥିଲା l ଏଥି ନିମନ୍ତେ ଜିଲ୍ଲାରେ ପରିକ୍ରମା କରିବା ପାଇଁ ଏକ ସଂଚୟ ରଥକୁ ସବୁଜ ପତାକା ଦେଖାଇ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଉଦଘାଟନ କରିଥିଲେ l ଏତଦ ବ୍ୟତୀତ ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ସଂଚୟ ପକ୍ଷ ପାଳନ କରାଯାଇ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ବତ୍କୃତା ପ୍ରତିଯୋଗିତା ଆୟୋଜନ କରାଯାଇ ବିଜୟୀ ପ୍ରତିଯୋଗୀମାନଙ୍କୁ ନଗଦ ରାଶି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଏଥିନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l

ନଭେମ୍ବର ୧୬ ତାରିଖ ଦିନ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସଭାରେ ଯୋଗଦେଇ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିନାୟକ ଖାଡ଼ଙ୍ଗା ସ୍ୱଳ୍ପ ସଂଚୟ ନିର୍ଦ୍ଦେଶକଙ୍କ ଠାରୁ ପ୍ରଶଂସାପତ୍ର ଗ୍ରହଣ କରିଥିଲେ ଏବଂ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କୁ ହସ୍ତାନ୍ତର କରିଥି ଲେ l ଏଭଳି ସଫଳତା ହାସଲ ହୋଇପାରିଥିବାରୁ ଜିଲ୍ଲାପାଳ ଡଃ ମିଶ୍ର ସମ୍ପୃକ୍ତ ଅଧିକାରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ସହଯୋଗ କାମନା କରିଛନ୍ତି

0
0
0
s2sdefault