ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଗାଁ ଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ
ଗଂଜାମ,(ନିଲୁ ବିଷୋୟୀ) , ୦୨/୧୧ : ଓଡ଼ିଶାର ଗ୍ରାମାଞ୍ଚଳରେ ସହରାଞ୍ଚଳ ଭଳି ସୁବିଧା ଯୋଗାଇବା ସହ ଗାଁର ସାମଗ୍ରିକ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ। ଏହା ଦ୍ବାରା ଗାଁ ଠୁ ସହର ସବୁଠି ବିକାଶ ର କାର୍ଯ୍ୟ ତ୍ବାରାନ୍ବିତ ହେବାକୁ ଥିବା ବେଳେ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ।ଏହି କ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ଏହାକୁ ଗଞ୍ଜାମ ଜିଲ୍ଲାରେ ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବରରୁ ଆଭାସୀ ମାଧ୍ୟମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ୧୨ ନିର୍ବାଚନମଣ୍ଡଳୀ ର ୫୦୩ ପଞ୍ଚାୟତରେ ହେବାକୁ ଥିବା ୫ ହଜାର ୭୦୬ ପ୍ରକଳ୍ପ ପାଇଁ ୨୫୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।ସେଥିମଧ୍ୟରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଲକର ୪୭ ପଞ୍ଚାୟତର ୫୨୪ ପ୍ରକଳ୍ପ ପାଇଁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନ ରେ କହିଥିଲେ। ଏହା ସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ୫ ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ। କୁଲାଡ ର ଜଗନ୍ନାଥ ମନ୍ଦିର, ମା’ ବ୍ୟାଘ୍ରଦେବୀ ମନ୍ଦିର ଓ ଜଗନ୍ନାଥପ୍ରସାଦ ବ୍ଲକର ଗୋଚ୍ଛାବାଡୀରେ ଥିବା ଧବଳେଶ୍ୱର ମନ୍ଦିର ସମେଣ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଡିଗ୍ରୀ ଓ ଜୁନିଅର କଲେଜ ଏବଂ ସାବିତ୍ରୀ ମହିଳା ଡିଗ୍ରୀ ଓ ଜୁନିଅର କଲେଜର ରୁପାନ୍ତରଣ କରାଯିବ। ସାରା ଭାରତରେ ନୂତନ ଯୋଜନା ଆରମ୍ଭ କରିବାରେ ଆମ ମୁଖ୍ୟମନ୍ତ୍ରୀ ଇତିହାସ ରଚିଥିବା ନିଜ ଅଭିଭାଷଣ ରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ।ଏହାପରେ ମନ୍ତ୍ରୀ ଶ୍ରୀ ଆରୁଖ ଭଞ୍ଜନଗର ବ୍ଲକର ୨୨ ଟି ପଞ୍ଚାୟତରୁ ଆସିଥିବା ୧୬୨୨ ଜଣଙ୍କୁ ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଡ଼ିଓ ଶଶିଭୁଷଣ ମହାପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନୁଜ୍ ନାୟକ, ସାସଂଦ ପ୍ରତିନିଧି ଦିବାକର ନାୟକ, ପଞ୍ଚାନନ ପାଳ,ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ,ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ, ଶୂଳପାଣି ଶତପଥୀ,ରାଜକୁମାର ସାହୁଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ସଂଖ୍ୟକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।








