ହେଡଲାଇନସ୍:

ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୨.୧୧.୨୦୨୩/ସୁମନ୍ତ କୁମାର ଦାସ:ଆଜିର ଛାତ୍ରଛାତ୍ରା ଆଗାମୀ କାଲିର ଭବିଷ୍ୟତ, ସେମାନଙ୍କର ଉନ୍ନତି ରେ ନିର୍ଭର କରେ ଦେଶର ଉନ୍ନତି।ତେଣୁ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଶିକ୍ଷିତ ଓ ସଚେତନ ହେଲେ ହିଁ ସମାଜର ମଙ୍ଗଳ ହେବ। ଓଡିଶା ସରକାରଙ୍କ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଜଗତସିଂହପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜ୍ୟଶ୍ରୀ ସାହୁ ଉପସ୍ଥିତ ପିଲାମାନଙ୍କୁ ଦୁର୍ନୀତି ବିରୁଦ୍ଧରେ ଲଢେଇ କରି ଜଣେ ଜଣେ ସ୍ବଚ୍ଛ ତଥା କର୍ତ୍ତବ୍ୟନିଷ୍ଠ ନାଗରିକ ହେବା ପାଇଁ ଉପଦେଶ ଦେଇଥିଲେ।ଦେଶର ପ୍ରଗତି ପଥରେ ବାଧକ ସାଜିଥିବା ଦୁର୍ନୀତିର ସମୂଳ ବିନାଶ ଦିଗରେ ଛାତ୍ର ସମାଜ ର ଯଥେଷ୍ଟ ଭୂମିକା ରହିଛି ବୋଲି ସେ କହିଥିଲେ।ସଭାରେ ଅଧ୍ୟକ୍ଷତା କରି ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମା ସାହୁ ଉପସ୍ଥିତ ଛାତ୍ରୀ ମାନଙ୍କୁ ସାଧୁତା ଓ ସତ୍ୟନିଷ୍ଠତା ର ସହ କର୍ତ୍ତବ୍ୟ ପଥରେ ଅଗ୍ରସର ହେବା ପାଇଁ ଉତ୍ସାହିତ କରିଥିଲେ। ନିଜେ ସ୍ଵଚ୍ଛ ରହି ଏକ ସୁସ୍ଥ ସମାଜ ଗଠନ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ମିହିର କୁମାର ପାଲ,ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ଶ୍ରୀ ସିଦ୍ଧାର୍ଥ କୁମାର ରାଉତ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରୀମାନଙ୍କୁ ସାଧୁତାର ଆଚରଣ ଅବଲମ୍ବନ କରିବାକୁ ଉପଦେଶ ଦେଇଥିଲେ।ବିଦ୍ୟାଳୟର ସମସ୍ତ ଛାତ୍ରୀ ଏହି ସଭାରେ ଅଂଶଗ୍ରହଣ କରିଥିଲେ।

0
0
0
s2sdefault