ହେଡଲାଇନସ୍:

ଅଞ୍ଚଳ ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର :- ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଦୁର୍ନୀତି ନିବାରଣ ସପ୍ତାହ ପାଳନର ତୃତୀୟ ଦିବସରେ ଡଃ ସରୋଜ କୁମାର ନାଏକ ଙ୍କ ସଂଯୋଜନାରେ ତର୍କ ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତା ରେ ଅବସରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଭକ୍ତପୁରନ ସାହୁ, ନାଟ୍ୟକାର ଅଶୋକ ବହିଦାର, ବିଚାରକ ଭାବେ ଯୋଗଦାନ କରିଥିଲେ l ତର୍କ ପ୍ରତିଯୋଗିତା ରେ ସୁଶ୍ରୀ କଲ୍ୟାଣୀ ସାହୁ, ସୁଶ୍ରୀ ଶୁଭଶ୍ରୀ ପାତ୍ର, ଶ୍ରୀ କିରଣ କୁମାର ଦାଶ, କୁଇଜ୍ ପ୍ରତିଯୋଗିତାର କଲ୍ୟାଣୀ ସାହୁ, ଦିବ୍ୟାଂଶୀ ସାହୁ, ଶ୍ରୁତି ମହାନ୍ତି କ୍ରମାନ୍ୱୟରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀ ଯୋଗଦାନ କରି ପ୍ରତିଯୋଗିତା କୁ ସଫଳ କରିଥିଲେ l

0
0
0
s2sdefault