କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେଡିର ଦାୟିତ୍ୱ ସମ୍ଭାଳିବେ ଧୂରୀଣ ପ୍ରତାପ l
(ମାହାଙ୍ଗା-ଶାସକପ୍ରଶାସକ): ଆମେ କହୁଛୁ ସେହି ଦରଦୀ ବିଶାଳ ହୃଦୟ କରିତକର୍ମା ବରିଷ୍ଟ ନେତା, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ କଥା l ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଶ୍ୱକର୍ମା ବିଧାୟକ ପ୍ରତାପ ଜେନା ଙ୍କୁ ଆଜି ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ ତଥା ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି l ସୂଚନାଥାଉ କି ସେହି ବରିଷ୍ଟ ନେତା ପ୍ରତାପ ଜେନା ପ୍ରଥମ କରି ୨୦୦୦ ମସିହାରେ ଜନତା ଦଳ ପକ୍ଷରୁ ବିଧାନସଭା ନିର୍ବାଚନରେ କିଶନନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ପାଦ ଥାପି ବିଜୟ ଲାଭ କରିଥିଲେ । ପୁନର୍ବାର ୨୦୦୪ ମସିହା ବିଧାନସଭା ନିର୍ବାଚନ ରେ କିଶନନଗର ନିର୍ବାଚନ ମଣ୍ଡଳୀ ରୁ ଦ୍ୱିତୀୟବାର ବିଧାୟକ ଭାବେ ବିଜୟ ର ଟୀକା ପିନ୍ଧି ପାରିଥିଲେ l ଏପରିକି କିଶନନଗର ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ବିକାସମୁଖୀ ବିଧାୟକ ଭାବେ ଲୋକମାନଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରି ଶ୍ରୀ ଜେନା ଜଣେ ଲୋକପ୍ରିୟ ବିଧାୟକ ଭାବେ ସାରା ନିର୍ବାଚନ ମଣ୍ଡଳୀରେ ପରିଚିତ ହୋଇପାରିଥିଲେ । ଯେଉଁଥିପାଇଁ ଏବେ ବି ମଧ୍ୟ କିଶନନଗର ନିର୍ବାଚନ ମଣ୍ଡଳବାସୀ ବିଧାୟକ ପ୍ରତାପ ଜେନାଙ୍କ ଗାଥା ଗାଉଥିବାର କଥାକୁ ଏଡାଇ ଦିଆଯାଇନପାରେ । ସେହିପରି ଭାବେ ଶ୍ରୀ ଜେନା ପୁର୍ନବାର ତୃତୀୟଥର ପାଇଁ ୨୦୦୯ ମସିହାରେ ସଂସ୍କୃତିସମ୍ପର୍ଣ୍ଣ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚନ ଲଢ଼ି ବିଜୟ ଲାଭ ହୋଇଥିଲେ । ବିଧାୟକ ଶ୍ରୀ ଜେନା ବିଜୟ ଲାଭ ହେଲାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଢ ସମର୍ଥନ ବଳରେ ଓଡିଶା ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ବହୁ ଗୁରୁତ୍ୱପୃର୍ଣ୍ଣ ବିଭାଗ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଥିଲେ l ପୁର୍ନବାର
୨୦୧୪ ମସିହାରେ ୪ର୍ଥ ଥର ଏବଂ ୨୦୧୯ ମସିହାରେ ୫ମ ଥର ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ଙ୍କ ପ୍ରତି ମାହାଙ୍ଗା ନିର୍ବାଚନ ମଣ୍ଡଳୀବାସୀ ଜନସାଧାରଣଙ୍କ ଆଶୀର୍ବାଦ ଓ ଭଲପାଇବା ଅତି ଉଚ୍ଚକୋଟୀର ରହିଥିବାରୁ ସର୍ବୋପରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଗତିଶୀଳ ସ୍ୱଚ୍ଛ, ନିର୍ମଳ ଶାସନରେ ବିରୋଧୀ ଦଳକୁ ପରାସ୍ତ କରି ବିଜୟଲାଭ କରି ଜଣେ ଲୋକପ୍ରିୟ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟଭାଜନ ହୋଇ ମନ୍ତ୍ରୀମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା:- ପଞ୍ଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଭାବେ ପ୍ରତାପ ଜେନା ଦାୟିତ୍ୱ ତୁଲାଇ ଆସିଥିଲେ । ଯାହାଫଳରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ବିକାଶମୂଳକ କାର୍ଯ୍ୟମାନ କରି ନବୀନ ପଟ୍ଟନାୟକଙ୍କ ଶାସନ ରେ ବିଜୁ ଜନତା ଦଳ ପାଇଁ ଜଣେ ସୁନାମଧନ୍ୟ, ଶୁଭଙ୍କର,ଲୋକପ୍ରିୟ ବିଧାୟକ ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀ ଙ୍କ ମନ ଜିଣି ପାରିଛନ୍ତି l ବିରୋଧୀ ବିଜେପି ଏବଂ କଂଗ୍ରେସ କୁ କଡ୍ଡା ଜବାବ ଦେଇ ବିଜୁ ଜନତା ଦଳ ପାଇଁ ଜଣେ ଶୁଭଙ୍କର, ଲୋକପ୍ରିୟ , ବିକାଶମୁଖୀ ବିଧାୟକ ଭାବେ ବିଜୁ ଜନତା ଦଳ ପାଇଁ ସୁନାମ ଆଣି ପାରିଛନ୍ତି । ଯାହାପାଇଁ 2023 ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ଉପରେ ଆସ୍ଥା ପ୍ରକଟ କରି କେନ୍ଦ୍ରାପଡ଼ା ଜିଲ୍ଲା ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳର ନୂତନ ପର୍ଯ୍ୟବେକ୍ଷକ ଭାବେ ବିଧାୟକ ପ୍ରତାପ ଜେନାଙ୍କୁ ନିଯୁକ୍ତି କରାଯାଇଥିବାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଜନସାଧାରଣ ଏବଂ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ବିଧାୟକ ପ୍ରତାପ ଜେନା ଙ୍କୁ ଶୁଭେଚ୍ଛା ଜଣାଯାଇଛି l








