ହେଡଲାଇନସ୍:

ଜୋନ ସ୍ତରୀୟ ବିଜେଡି ର ୨ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ତା - ୨.୧୧.୨୦୨୩ ସୁମନ୍ତ କୁମାର ଦାସ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏ ନେଇ ବିଜୁ ଜନତା ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ସାଧାରଣ ନିର୍ବାଚନରେ ଦଳ କିଭଳି ବିପୁଳ ସଫଳତା ହାସଲ କରିବ, ଭୋଟରମାନଙ୍କୁ କିଭଳି ହାତରେ ରଖି ହେବ, ବିରୋଧୀ ଦଳଙ୍କ ସରକାରଙ୍କ ବିପକ୍ଷରେ କରୁଥିବା ବିଭିନ୍ନ ଅପ୍ରପ୍ରଚାରକୁ କିଭଳି ମୁକାବିଲା କରିହେବ ସେ ନେଇ ବରିଷ୍ଠ ନେତାମାନେ ଗୁରୁମନ୍ତ୍ର ପ୍ରଦାନ କରିବା ପାଇଁ ତିର୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ସୁଚିତ୍ରା ସିନେମା ହଲ ରେ ଆରମ୍ଭ ହୋଇଛି ଦୁଇ ଦିନିଆ ବିଜୁ ଜନତା ଦଳ ପ୍ରଶିକ୍ଷଣ ଶିବିର। ରଘୁନାଥପୁର ଠାରେ ହୋଇଥିବା ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରରେ ବିଜେଡିର ବହୁ ତୁଙ୍ଗ ନେତା ଯୋଗ ଦେଇଛନ୍ତି। ବିଜୁ ଜନତା ଦଳର ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦୁଇ ଦିନ ଧରି ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଛି। ୨ ଓ ୩ ତାରିଖ ଦୁଇ ଦିନ ଏହି ପ୍ରଶିକ୍ଷଣ ଶିବିର ରଘୁନାଥପୁର ରେ ଅନୁଷ୍ଠିତ ହେଉଛି। ଏହି ୨ ଦିନିଆ ପ୍ରଶିକ୍ଷଣ ଶିବିରରେ ଯୁବ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବ୍ଳକ,ସଭାପତିଙ୍କ ସମେସ୍ତେ ରହିଛନ୍ତି। ବିଜୁ ଜନତା ଦଳର ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଓ ଡକ ରମାକାନ୍ତ ଭୋଇ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅୟୋଜନ ହୋଇଛି।

0
0
0
s2sdefault