ହେଡଲାଇନସ୍:

ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ ପାରଳା ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ବର୍ଷା ଅଭାବ ଲାଗିରହିଥିବା ବେଳେ କାଶୀନଗର ବ୍ଲକ୍ ର ଚାଷୀଙ୍କ ଭରଷା କେବଳ ବଂଶଧାରା ନଦୀ , ଏ ଅଞ୍ଚଳରେ ଅଧିକାଂଶ ଜମି ଏହି ନଦୀ ଜଳରେ ଭଲ ଚାଷ ହୁଏ କିନ୍ତୁ ଚଳିତ ବର୍ଷର ଜଳାଭାବ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।
ବ୍ଲକର କିଡିଗାଁ ଠାରେ ବଂଶଧାରା ନଦୀର ବୃହତ ଉଠା ଜଳସେଚନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡିର ବିଧାୟକ କେ. ନାରାୟଣ ରାଓ। ସେଠାରେ ଥିବା ଅଧିକାରୀଙ୍କ ସହ ସମସ୍ୟା ନେଇ ଆଲୋଚନା କରିବା ଅଚଳ ଅବସ୍ଥାରେ ଥିବା ପମ୍ପ ଗୁଡ଼ିକ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକଙ୍କ ଗସ୍ତ ବେଳେ କିଡିଗାଁ , ସାରା , ବୁଦୁରା ଆଦି ଅଞ୍ଚଳର ବହୁ ଚାଷୀ ନିଜର ସମସ୍ୟା ନେଇ ଜଣାଇଥିବା ବେଳେ ବିଧାୟକ ଏହି ପ୍ରକଳ୍ପ ଗୁଡ଼ିକର ସମସ୍ୟ କୁ ନେଇ ବହୁ ଥର ବିଧାନସଭାରେ ପ୍ରଶ୍ନ କରିଥିବା ବେଳେ ଆଗମୀ ଦିନରେ ପୁଣି ଉଠାଜିବ କହିଥିଲେ।
ଗସ୍ତ ବେଳେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଚିତ୍ରୀ ସିମାଦ୍ରି , ବିସିସି ବ୍ୟାଙ୍କ୍ ନିର୍ଦ୍ଦେଶକ କେ. କିରଣ କୁମାର , ଯୁବ ନେତା ଏନ୍.ଅନିଲ କୁମାରଙ୍କ ସହ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

0
0
0
s2sdefault