ହେଡଲାଇନସ୍:

୩୭ତମ ଜାତୀୟ କ୍ରୀଡ଼ାରେ ଗୌରବ ଆଣିଲା ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡିଶା ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଣ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ବିଭିନ୍ନ ପ୍ରତିଯୋଗିତାରେ ୯ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୬ଟି କାଂସ୍ୟ ପଦକ ହାସଲ

  •  ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକରେ ଓଡିଶା ୮ ପଦକ ସହ ଦ୍ୱିତୀୟ ସ୍ଥାନ ବଜାୟ


ଭୁବନେଶ୍ୱର:- ଗୋଆରେ ଆୟୋଜିତ ୩୭ତମ ଜାତୀୟ କ୍ରୀଡ଼ାରେ ଭୁବନ୍ଶେ୍ୱରସ୍ଥିତ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଣ୍ଟର(ଜିଏଚ୍ପିସି)ର ଜିମ୍ନାଷ୍ଟମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଜିଏଚ୍ପିସିର ୧୫ ଜଣ ଜିମ୍ନାଷ୍ଟଙ୍କ ମଧ୍ୟରୁ ୧୧ ଜଣ ନିଜ ନିଜ ଦଳର ପ୍ରତିନିଧିତ୍ୱ କରି ବିଭିନ୍ନ ପ୍ରତିଯୋଗିତାରେ ୨୦ଟି ପଦକ ହାସଲ ।
ଓଡିଶାକୁ ପ୍ରତିନିଧିତ୍ୱ କରୁଥିବା ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ (ଡବ୍ଲୁ୍ୟଏଜି) କ୍ଷେତ୍ରରେ ପ୍ରଣତି ନାୟକ ଅଲ୍ ରାଉଣ୍ଡ(୪୫.୬୦), ଭଲ୍ଟ (୧୨.୬୮), ଅନ୍ଇଭେନ୍ ବାର(୧୧.୩୩୩) ଏବଂ ବାଲାନ୍ସ ବିମ୍ (୧୧.୭୩୩)ରେ ସ୍ୱର୍ଣ୍ଣ ପଦକ ଜିତି ତାରକା ଭାବେ ଉଦୀୟମାନ ହୋଇଛନ୍ତି । ଫ୍ଲୋର ଏକ୍ସରସାଇଜି (୧୧.୪୦୦)ରେ ସେ ରୌପ୍ୟ ପଦକ ହାସଲ କରିଥିଲେ । ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍(ଏମଏଜି) କ୍ଷେତ୍ରରେ ଟିମ୍ ଓଡିଶାର ତପନ ମହାନ୍ତି ପାରାଲଲ ବାର୍ (ସ୍କୋର ୧୩.୧୦୦) ଓ ଷ୍ଟିଲ୍ ରିଙ୍ଗସ୍(ସ୍କୋର ୧୨.୯୦୦) ରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ମହମ୍ମଦ ଅନସ ଭଲ୍ଟ(ସ୍କୋର ୧୩.୦୩୩) ରେ ରୌପ୍ୟ ପଦକ ହାସଲ କରିଛନ୍ତି ।
୩୭ତମ ଜାତୀୟ କ୍ରୀଡ଼ାରେ ମୋଟ ୮ଟି ପଦକ ସହ ଓଡିଶା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ରେ ପଦକ ତାଲିକାରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛି । ଜାତୀୟ କ୍ରୀଡ଼ାରେ ଚତ୍ମକାର ପ୍ରଦର୍ଶନ କରିଥିବା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ ।
ଜିଏଚ୍ପିସିର ଅନ୍ୟ ଜିମ୍ନାଷ୍ଟିକ୍ମାନଙ୍କ ମଧ୍ୟରେ ହରିୟାଣାର ପ୍ରତିନିଧିତ୍ୱ କରୁଥିବା ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍(ଏମଏଜି) କ୍ଷେତ୍ରରେ ଯୋଗେଶ୍ୱର ସିଂ ଅଲ ରାଉଣ୍ଡ, ହୋରାଇଜେଣ୍ଟାଲ ବାର୍ସରେ ୩ଟି ସ୍ୱର୍ଣ୍ଣ ପଦକ ଏବଂ ପାରାଲଲ ବାର୍ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏମଏଜି ଚାମ୍ପିଅନସିପରେ ଯୋଗେଶ୍ୱର ସିଂ ୨୪୦.୩୫ ଦଳୀୟ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ସର୍ଭିସେସ୍ ସ୍ପୋର୍ଟସ କଣ୍ଟେ୍ରାଲ ବୋର୍ଡ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍(ଏମଏଜି) କ୍ଷେତ୍ରରେ ସୈଫ ତମ୍ବୋଲି ପାରାଲଲ ବାର୍ ରୌପ୍ୟ ପଦକ, ଷ୍ଟିଲ୍ ରିଙ୍ଗ୍ସ୍ରେ ରାକେଶ ପାତ୍ର ବ୍ରୋଞ୍ଜ, ଅଲ୍ ରାଉଣ୍ଡ ଓ ପୋମେଲ୍ ହର୍ସରେ ଯଥାକ୍ରମେ ଗୌରବ କୁମାର ଓ ଅଭିଜିତ କୁମାର କାଂସ୍ୟ ପଦକ ହାସଲ କରିଛନ୍ତି । ଏମଏଜି ଟିମ୍ ଚାମ୍ପିୟନଶିପ୍ କ୍ଷେତ୍ରରେ ଜିମ୍ନାଷ୍ଟିକ୍ ରାକେଶ ପାତ୍ର, ଅଭିଜିତ କୁମାର, ଗୌରବ କୁମାର, ସୈଫ ତମ୍ବୋଲି ଓ ତପେଶ୍ୱରନାଥ ଦାସ ସ୍ୱର୍ଣ୍ଣ(୨୪୯.୩୫) ହାସଲ କରିଥିଲେ ।

ଏହି ଅବସରରେ ଓଡିଶା ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗର କମିଶନର ତଥା ସଚିବ ଭିନିଲ କ୍ରି୍ଷ୍ଣା କହିଛନ୍ତି, ୩୭ତମ ଜାତୀୟ କ୍ରୀଡ଼ାରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଣ୍ଟରର ଜିମ୍ନାଷ୍ଟମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରଦର୍ଶନ ଉଲ୍ଲେଖନୀୟ । ସେମାନଙ୍କର ଏହି ସଫଳତା ବିଶ୍ୱସ୍ତରୀୟ କ୍ରୀଡା ଇକୋ ସିଷ୍ଟମକୁ ପ୍ରତିଫଳିତ କରୁଛି ଯାହା ଆମ ଆଥଲେଟ୍ମାନଙ୍କୁ ଦିଆଯାଇଥିବା ପ୍ରଶିକ୍ଷଣର ଗୁଣବତା ଏବଂ ସହଯୋଗ ସହିତ ଓଡିଶାରେ ବିକଶିତ ହୋଇଛି ।
ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍(ଡବ୍ଲୁ୍ୟଏଜି) ଟିମ୍ ଚାମ୍ପିୟନଶିପ୍ରେ ଉତ୍ତରପ୍ରଦେଶର ପ୍ରତିନିଧିତ୍ୱ କରି ଜିମ୍ନାଷ୍ଟ କରିସ୍ମା ଓ ତନୁ ୧୪୨.୩୦ ଦଳୀୟ ସ୍କୋର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ଏହି ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆର, ମାନବ ସମ୍ବଳ ଏବଂ ପ୍ରଶାସନିକ ବିଭାଗର ଡେପୁଟି ଡାଇରେକ୍ଟରକେଇଜି କୁବୋଟା କହିଛନ୍ତି, ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଣ୍ଟରର ଜିମ୍ନାଷ୍ଟମାନେ ନିଜର ଉଲ୍ଳେଖନୀୟ ପ୍ରଦର୍ଶନ କରି ଅତୁଳନୀୟ ନିÂା ଓ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଜାତୀୟ କ୍ରୀଡ଼ାରେ ସେମାନଙ୍କର ସଫଳତା ଓଡିଶା ସରକାର ଏବଂ ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ମଧ୍ୟରେ ସହଯୋଗର ସଫଳତା ଏବଂ ଓଡିଶାକୁ ବିଶ୍ୱସ୍ତରୀୟଜିମ୍ନାଷ୍ଟିକ୍ ହବ୍ରେ ପରିଣତ କରିବାର ମିଳିତ ଲକ୍ଷ୍ୟକୁ ପ୍ରଦର୍ଶିତ କରିଥିଲେ । ଆମେ ସେମାନଙ୍କ ସଫଳତା ପାଇଁ ଅତ୍ୟନ୍ତ ଗର୍ବିତ ଏବଂ ବିଶ୍ୱାସ କରୁ ଯେ ସେମାନଙ୍କ ଉକôର୍ଷତା ଏଏମ୍/ଏନ୍ଏସ୍ ଇଣ୍ଡିଆରେ ଆମେ ବଜାୟ ରଖିଥିବା ମୂଲ୍ୟବୋଧକୁ ପ୍ରତିଫଳିତ କରେ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଣ୍ଟର(ଜିଏଚ୍ପିସି)ର ୧୫ ଜଣ ଅଂଶଗ୍ରହଣକାରୀ ଆଥଲେଟ୍ସ ଏହି ପଦକ ସଂଖ୍ୟା ଓ ସାମଗ୍ରିକ ପ୍ରଦର୍ଶନ ରାଜ୍ୟ ତଥା ଦେଶ ମଧ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାରେ ଏଏମ୍ /ଏନ୍ଏସ୍ ଇଣ୍ଡିଆ ଓ ଓଡିଶା ସରକାରଙ୍କ ଦୃଢ ସହଯୋଗ ଓ ପ୍ରୟାସର ପ୍ରମାଣ ।

 

0
0
0
s2sdefault