ହେଡଲାଇନସ୍:

ଆଧ୍ୟାତ୍ମିକବାଦୀ ତଥା ଚାଷୀ ପୁରସ୍ତମ ପରିଡ଼ାଙ୍କ ସ୍ମୃତିସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ ପଂଚାୟତ ଜଗନ୍ନାଥପୁର ଗ୍ରାମର ସୁନାମଧନ୍ୟ ଚାଷୀ ତଥା ଆଧ୍ୟାତ୍ମିକବାଦୀ ବ୍ୟକ୍ତି ସ୍ୱର୍ଗତ ପୁରସ୍ତମ ପରିଡ଼ାଙ୍କ ଏକାଦଶାହ ସ୍ମୃତିସଭା ଅନୁଷ୍ଠିତ ହୋଇଛି । ସମାଜସେବୀ ରମେଶଚନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଏଥ୍ôରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସମିତିସଭ୍ୟ ନୃସିଂହ ମିଶ୍ର, ସରପଂଚ ବୈଷ୍ଣବ ସାମଲ, ଯୁବନେତା ହିମାଂଶୁ ଶେଖର ପୃଷ୍ଟି, ଅଶୋକ ସାମଲ, ପ୍ରଭାକର ସାମଲ, ଅନନ୍ତ ମଲ୍ଲ , ମନୋରଂଜନ ସ୍ୱାଇଁ, ପୂର୍ବତନ ସରପଂଚ କ୍ଷୀରୋଦ ପରିଡ଼ା, ଶଙ୍କର ମହାରଣା, ଗୌତମ ଓଝା, କୈଳାସ ପରିଡ଼ା, ମାନସ ପରିଡ଼ା, ଅରୁଣ ପରିଡ଼ା, ଉଦୟଭାନୁ ପରିଡ଼ା ଓ ଭାନୁପ୍ରତାପ ପରିଡ଼ା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଚାଷୀଙ୍କ ବିଭିନ୍ନ ପ୍ରତିଭା ଓ ସାମାଜିକ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରି ସ୍ମୃତିଚାରଣ କରିଥିଲେ ।

0
0
0
s2sdefault