ହେଡଲାଇନସ୍:

ଦୀର୍ଘଦିନ ପରେ ଓଡ଼ଗାଁ ତହସିଲରେ ଯୋଗ ଦେଲେ ନୂତନ ତହସିଲଦାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୮।୧୦(ଶ୍ରୀକାନ୍ତ କୁମାର ମିଶ୍ର) : ଦୀର୍ଘଦିନର ପରେ ଓଡ଼ଗାଁ ତହସିଲରେ ନୂତନ ତହସିଲଦାର ଭାବେ ଯୋଗ ଦେଲେ ଡ. ମାନସ ରଞ୍ଜନ ଭୋଇ। ଫଳରେ ତହସିଲଦାର ପଦବୀ ପୁରଣ ନେଇ ଦୀର୍ଘ ଦିନ ଧରି ଲାଗିରହିଥିବା ଅସ୍ଥିରତାର ଅନ୍ତଘଟିଛି । ଡ. ଭୋଇ ଏ‌ଥି ପୂର୍ବରୁ କଟକ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଓଡ଼ଗାଁ ବଦଳି ହୋଇଥିଲା । ସେ ଏଠାରେ ଯୋଗଦାନ କରିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ କର୍ମଚାରୀ ମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଓଡ଼ଗାଁ ତହସିଲଦାର ଅନିଲ ଆଚାର୍ଯ୍ୟଙ୍କ ବଦଳି ପରେ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ତାଙ୍କର ବଦଳି ହୋଇଥିଲା । ପରେ ଓଡ଼ଗାଁ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ତହସିଲଦାରଙ୍କ ଦାୟିତ୍ଵରେ ରହିଥିଲେ । ହେଲେ ଅନ୍ୟ ଜଣେ ଅତିରିକ୍ତ ତହସିଲଦାର ଓଡ଼ଗାଁରେ ନୂତନ ଭାବେ ଯୋଗଦେବାର ୫ ଘଣ୍ଟା ମଧ୍ୟରେ ପୁନଃ ଅନ୍ୟତ୍ର ବଦଳି ହେବା ଯୋଗୁଁ ସେ ମଧ୍ୟ ଚାଲିଯାଇଥିଲେ । ଏଭଳି ଅସ୍ଥିରତା ଲାଗିରହିଥିବା ବେଳେ ଡ. ଭୋଇ ଶୁକ୍ରବାର ଅପରାହ୍ନରେ ଓଡ଼ଗାଁ ବିଡ଼ିଓଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

0
0
0
s2sdefault