ହେଡଲାଇନସ୍:

ମହାବାତ୍ୟାକୁ ଆଜି ପୁରିଲା ୨୪ ବର୍ଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର,ତା-୨୯.୧୦.୨୦୨୩/ସୁମନ୍ତ କୁମାର ଦାସ: ମହାବାତ୍ୟାକୁ ପୁରିଲା ୨୪ ବର୍ଷ, ଏହି ଦିନ ବିତିଥିଲେ ମଧ୍ୟ କ୍ଷତ କି କ୍ଷତି ଭରିନି ପୁଣି ୧୯୯୯ ଅକ୍ଟୋବର ୨୯ ତାରିଖ ଏହି ଦିନଟିକୁ ଯିଏ ଦେଖିଛି ଆଜି ବି ଭାବିଲେ ଛାତି ଥରି ଉଠୁଛି,ଦେହ ହାତ ଶୀତେଇ ଉଠୁଛି l କେଇ ଘଂଟାରେ ପ୍ରଳୟ ଆଖି ଆଗରେ ନାଚି ଉଠେ l ସମୁଦ୍ରକୂଳ ଲଙ୍ଘି ମହାପ୍ରଳୟ ଆଣିଲା l ଛାରଖାର ହେଲା ଗାଁ ଗଣ୍ଡା, ହଜାର ହଜାର ଲୋକ କିଏ କୁଆଡେ ଭାସିଗଲେ l ମହାବାତ୍ୟାର ଭୟଙ୍କର ବିଭିଷିକା ଦେଖିଥିଲା ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳ ଛାରକାର ହୋଇଯାଇଥିଲା l ଆମ୍ବିକି, ଜପା ପଞ୍ଚାୟତରେ ସବୁଠୁ ଅଧିକ କ୍ଷୟକ୍ଷତି ଘଟିଥିଲା l ସେ ଅଭୁଲା ଦୁଃଖକୁ କେହି ଏ ପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି l ଚାରିଟି ୯ ଅଙ୍କର ସମାହାର ଥିଲା ସେ ଦିନଟି ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ସକାଳୁ ସକାଳୁ ପବନର ଗତି ବଢିଥିଲା, ତା 'ପରେ ଘୁଁ ଘୁଁ ଗର୍ଜନ ଆରମ୍ଭ ହେଲା ମହାବାତ୍ୟାର ତାଣ୍ଡବ l କଚା ଘର ସବୁ ମାଟିରେ ମିଶିଯାଇଥିଲା, ସମୁଦ୍ର ମାଡି ଆସିଥିଲା ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର କିଛି ଅଞ୍ଚଳକୁ l ଗୋଟିଏ ପରେ ଗୋଟିଏ ଗାଁକୁ ଭସେଇନେଲା, କିଏ ଗଛ ଉପରେ ତ କିଏ ଚାଳ ଉପରେ ରହି ମୃତ୍ୟୁ ସହ ସଂଗ୍ରାମ କଲେ l କେଉଁଠି ବାପ ହାତରେ ମା ଓ ପିଲାମାନେ ଭାସିଗଲେ,ତ କୋଉଁଠି ସ୍ତ୍ରୀ ସାମ୍ନାରେ ସ୍ୱାମୀ ଭାସିଗଲା l କିଛି କ୍ଷଣରେ ଉଜୁଡି ଗଲା ଅନେକ ସୁନାର ସଂସାର, କେହି କିଛି ଭାବିବା ପୂର୍ବରୁ ସବୁବେଳେ ଛାରକାର ହୋଇଯାଇଥିଲା l ପିଲା ଛୁଆଁଙ୍କୁ ଧରି ବାତ୍ୟା ମୁକାବିଲା କରିଥିଲେ ମହିଳାମାନେ l ଚାରିଆଡେ ଶବମୟ ହୋଇପଡ଼ିଥିଲା l ଘଟଣାକୁ ପୁରିଛି ୨୪ ବର୍ଷ, ଏହା ଭିତରେ ଅନେକ ବାତ୍ୟା ଆସିଲାଣି ଓ ଗଲାଣି l କିନ୍ତୁ ମହାବାତ୍ୟାକୁ ଭୁଲିନାହାନ୍ତି ଅଙ୍ଗେ ଲିଭେଇଥିବା ଲୋକମାନେ l ଜଗତସିଂହପୁର ଜିଲ୍ଲା ଯମ୍ପା ପଞ୍ଚୟତର ଦହିବର ଗାଁରେ ୫୮୭ଙ୍କ ମୃତ ଘଟିଥିଲା l ସେତେବେଳେ କଥାକୁ ମାନେପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ଅଙ୍ଗେ ଲିଭେଇଥିବା ଲୋକମାନେ l

0
0
0
s2sdefault