ଭଞ୍ଜନଗର/ ଉଦୟନାଥ ପଣ୍ଡା: ରାଜ୍ୟ ସରକାରଙ୍କ ଓଡିଶା ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଓଷଡIମା ସହାୟତାରେ ଓଡିଶା ବିପର୍ଯ୍ୟୟ ପ୍ରଶମନ ଦିବସ ଭଞ୍ଜନଗର ପଞ୍ଚାୟତ ସମିତି ଦ୍ଵାର ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଶଶୀଭୂଷଣ ମହାପାତ୍ର ପୌରହିତ୍ୟରେ ସ୍ଥାନୀୟ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଅଛି I ଏଥିରେ ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ସମ୍ପୃକ୍ତ ବିଭାଗ ସମୂହ ଅଧିକାରୀ ଗଣ ଯଥା ରାଜସ୍ୱ ବିଭାଗର ଅତିରିକ୍ତ ତହସିଲଦାର, ଶିକ୍ଷା ବିଭାଗ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପଶୁପାଳନ ବିଭାଗ ଅଧିକାରୀ, ସମ୍ନନିତ ଶିଶୁପ୍ରକଳ୍ପ ଅଧିକାରୀଗଣ ଓ ଅଗ୍ନିବିଭାଗ ପ୍ରମୁଖ ଉପସ୍ଥିତି ହୋଇଥିଲେ I ଗତ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡିଶାକୁ ମହାବାତ୍ୟା ଆସିଥିଲା ଯେଉଥିରେ ୨୦ହଜାରରୁ ଉର୍ଦ୍ଧ ଜୀବନ ୪୦ ହଜାରରୁ ଉର୍ଦ୍ଧ ଗୃହପାଳିତ ପ୍ରାଣୀ ସହ ବହୁ ଧନଜୀବନ କ୍ଷୟକ୍ଷତି ହୋଇଥିଲା ଯାହା ବିଶ୍ଵରେ ଓଡିଶା ମାନଚିତ୍ରର ମହାବିପତ୍ତି ତାଲିକାରେ ଶୀର୍ଷ ସ୍ତାନରେ ଥିଲା କିନ୍ତୁ ରାଜ୍ୟ ସରକାର ଏହି ବାତ୍ୟା ପରଠାରୁ ବ୍ୟIପକ ପ୍ରଚାରପ୍ରସାର ଓ ଗୋଷ୍ଠୀ ପରିଚାଳନକରି ଦୀର୍ଘ ଖସଡା କରି ଶୂନ୍ୟ ମୃତହତ O, causality ଉପରେ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକରି ଓଡିଶା ,ବିଶେଷ ଗଞ୍ଜାମ ଜିଲ୍ଲା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଆଜି ସମ୍ପୂର୍ଣ ସକ୍ଷମ ହୋଇ ଯାଇଛି ଓ ତାଲିମଦାତା ଭାବେ ଓଡିଶା ମାର୍ଗ ଦର୍ଶନ ଦେଇଆସିଥିବା ସଭାରେ ମତପ୍ରକାଶ ରଖିଥିଲେ I ସାଧନIକର୍ମୀ ଭାବେ ବାର୍ଡ ସମ୍ପାଦକ ଶ୍ରୀ ପ୍ରକାଶଚନ୍ଦ୍ର ସାହୁ ଯୋଗଦେଇ, ଗୋଷ୍ଠୀ ମାଧ୍ୟମରେ ବିପର୍ଜ୍ୟ ସମୟରେ ପ୍ରଶମନ କରିବା ଓ ଗ୍ରାମପଞ୍ଚାୟତ ଉନ୍ନତଯୋଜନ ଜିପିଡ଼ିପି ମାଧ୍ୟମରେ ରେ ତାଳବୃକ୍ଷ ରୋପଣ, ସମସ୍ତ ଶାସନ ପ୍ରତିନିଧି ଓ ପ୍ରଶାସନ କର୍ମଚାରିଙ୍କୁ ୧୬ପ୍ରକIର ବିପର୍ଜ୍ୟୟ ମୁକବିଲା ଉପରେ ପ୍ରଶିକ୍ଷଣ ଦେଇଥିଲେ । ଦମକଳ ବିଭାଗ ତରଫରୁ ସମସ୍ତଙ୍କୁ ମୋକ୍ ଡ୍ରିଲ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ ଓ ସଭା ଶେଷରେ ସମIଜସେବୀ ପ୍ରକାଶଚନ୍ଦ୍ର ସାହୁଙ୍କୁ ସନ୍ନମାନିତ କରIଯାଇଥିଲା । ସଂଯୋଜିକା ପ୍ରିୟଦର୍ଶନୀ ମଳିକ ଧନ୍ୟବାଦ ଦେଇଥିଲେ I ଏବଂ ଏଥିରେ କିଛି ବରିଷ୍ଠ ସାମ୍ବାଦିକ ଯୋଗଦାନ କରିଥିଲେ।
ରାଜ୍ୟ
ଭଞ୍ଜନଗରରେ ଓଡିଶା ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
- Hits: 459








